ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ନଗର ବିଜେଡି ସଭାପତି ଭାବେ ବିଶ୍ବଜିତ ପଣ୍ଡା(ଟନି)ନିଯୁକ୍ତ

ରାଇରଙ୍ଗପୁର ନଗର ବିଜେଡି ସଭାପତି ଭାବେ ବିଶ୍ବଜିତ ପଣ୍ଡା(ଟନି)ନିଯୁକ୍ତ

 ମୟୂରଭଂଜ – ୨୮/୦୭ — ବିଜୁ ଜନତାଦଳର ରାଇରଙ୍ଗପୁର ସଭାପତି ଭାବେ ଯୁବ ସମାଜସେବୀ ବିଶ୍ବଜିତ ପଣ୍ଡା(ଟନି) ଙ୍କ ନାମ ଦଳ ପକ୍ଷରୁ ଵିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି ।ବିଶ୍ବଜିତ ପଣ୍ଡା ଜଣେ ଯୁବ ସମାଜସେବୀ,ପରୋପକାରୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସେ ଜଡିତ ।ନବୀନ ପଟନାୟକଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ନିର୍ବାଚନ,ଦଳୀୟ କାର୍ଯ୍ୟକ୍ରମରେ ଦଳ ଯାହା ଦାୟିତ୍ବ ଦେଇଥିଲା ତାହାକୁ ସେ ନିଷ୍ଠାର ସହ ନିଭାଇଥିଲେ ।ତଦସହ ରାଇରଙ୍ଗପୁର ପୌର ନିର୍ବାଚନରେ ବିଜେପିର ଦିର୍ଘ ୨୫ ବର୍ଷର ଧାରାକୁ ଭଙ୍ଗ କରିବାରେ ଅହମ ଭୂମିକା ନିଭାଇଥିଲେ ଏବଂ ବିଜେଡି ପୌର ଅଧ୍ଯକ୍ଷପଦ ଅଳଙ୍କୃତ କରିଥିଲା । ତାଙ୍କର ଅଭିଜ୍ଞତା ଓ ଅନୁଭୂତିକୁ ସାଉଁଟି ଦଳ ଆଗକୁ ବଢିବ ବୋଲି ଦଳ ତାଙ୍କ ଉପରେ ଅଗାଧ ଆସ୍ଥା ଓ ବିଶ୍ବାସ ରଖି ନଗର ସଭାପତି ଭଳି ଗୁରୁ ଦାୟିତ୍ବ ଦେଇଛନ୍ତି ।ଖବରପାଇ ଦଳୀୟ କର୍ମକର୍ତ୍ତାମାନେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।ଦଳ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାରୁ ଦଳର ସଭାପତି ପ୍ରାକ୍ତନ ମୁଖ୍ଯମନ୍ତ୍ରୀ ନବୀନ ପଟନାୟକ ଏବଂ ରାଜ୍ଯ ଓ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଓ ସମସ୍ତ ଦଳୀୟ କର୍ମୀଙ୍କୁ ଶୁଭେଛ ଜଣାଇଛନ୍ତି ।ଦଳକୁ ତୃଣମୂଳ ସ୍ତରରେ ସୁଦୃଢ ଓ ସୁସଂଗଠିତ କରିବା ଏବଂ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇବେ ବୋଲି ଗଣମାଧ୍ୟମକୁ କହିଥିଲେ ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ,ରାଉରକେଲା ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଲାଞ୍ଜିଗଡ ବ୍ଲକରେ ବିଜେଡିର ନିର୍ବାଚନୀ ସଭା, ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

masiha

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

Leave a Comment

error: Content is protected !!