ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେସରକାରୀ ଜାଗା ରେ ଚାରିଛି 67 ବର୍ଷ ର ବିଦ୍ୟାଳୟ !

ବେସରକାରୀ ଜାଗା ରେ ଚାରିଛି 67 ବର୍ଷ ର ବିଦ୍ୟାଳୟ !

କଲମପୁର :- 29 /7 (ମସିହା ) ଆମେ ତ ଭାଗ୍ୟବାନ ପିଲାରେ ଏହି ପଙ୍କ୍ତି ଟି ଯେତିକି ସୁମଧୁର ସେତିକିଆପଣା ପରି ମନ ହୁଏ!କୁନି କୁନି ବୟଷ ର ଛାତ୍ରଛାତ୍ରୀ ମାନେ ଏଭଳି ଉଙ୍କ୍ତି କୁ ନେଇ ନିଜକୁ ଗର୍ବ ଅନୁଭବ କରୁଥିବା ବେଳେ ସେମାନଙ୍କ ଭବିଷ୍ୟତ ଗଢ଼ା ଚାଲିଛି ବିପଦ ସଂକୁଳ ପ୍ରକୋଷ୍ଠରେ ମିଳିଥିବା ସୂଚନାସାରେ କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି l ଏଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ l ୧୭୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l ସେମାନଙ୍କ ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଛି ସେ ଦୁଇ ଶ୍ରେଣୀ ଗୃହ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି l କେତେବେଳେ କଣ ଘଟିଯିବ କିଛି କହି ହେବ ନାହିଁ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଟ ମଧ୍ୟ ବିପଦ ସଂକୁଳ ରହିଥିବା ବେଳେ ପ୍ରାୟ ସମୟରେ ଶରୀ ସୃପର ପ୍ରାଦୁର୍ଭାବ ଲାଗି ରହିଛି l ଏଭଳି ପରିସ୍ଥିତି ଯୋଗୁ ଶିକ୍ଷକ ମାନେ ବାଧ୍ୟ ହୋଇ କିଛି ଛାତ୍ରଛାତ୍ରୀ ଙ୍କୁ ବାରଣ୍ଡାରେ ବସାଇ ଶିକ୍ଷା ଦାନ କରୁଛନ୍ତି l ଏଭଳି ପରିସ୍ଥିତି ରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀ ମାନେ କେଉଁ ପରିସ୍ଥିତି ଦେଇ ଗତି କରୁଥିବେ ତାହା ଏଥିରୁ ହିଁ ଅନୁମୟ ଏହି ବିଦ୍ୟାଳୟ ୧୯୫୮ ମସିହାରୁ ସ୍ଥାପିତ ହୋଇଥିବା ବେଳେ ଦୀର୍ଘ ୬୬ ବର୍ଷ ହେଲା ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟୟନ କଲାଭଳି ପରିବେଶ ସୃଷ୍ଟି ହୋଇପାରିବା ପରିତାପର ବିଷୟ ପାଲିଟିଛି l ଏହାର ପ୍ରମୁଖ କାରଣ ଜମି ବିବାଦ ବୋଲି ଜଣା ପଡିଛି l ଉକ୍ତ ବିଦ୍ୟାଳୟ ଟି ମହାଜନୀ ଜମିରେ ରହିଥିବା ନେଇ ଜମି ମାଲିକଙ୍କ ଉତ୍ତରାଧିକାରୀ ସ୍କୁଲ ସ୍ଥାନାନ୍ତର ପାଇଁ ଦାବି କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି l ଏ ନେଇ ଉକ୍ତ ବିଦ୍ୟାଳୟ ପରିଚାଳନା କମିଟି ବିଇଓ ଙ୍କୁ ଲିଖିତ ଭାବେ ଜଣାଇଥିଲେ l ବିଇଓ ସୁଶ୍ରୀ ମଧୁସ୍ମିତା ନାଏକ ବିଦ୍ୟାଳୟ ପାଇଁ ସରକାରୀ ଜମି ଯୋଗାଇ ଦେବାକୁ ତହସିଲଦାର ସ୍ମରଣିକା ତୁଳ ଙ୍କୁ ପତ୍ର ପ୍ରେରଣ କରିଥିଲେ l ତହସିଲଦାର ଶ୍ରୀମତୀ ତୁଳ ରାଜସ୍ବ ନିରୀକ୍ଷକଙ୍କୁ ଜମି ଚିହ୍ନଟ ପାଇଁ ପ୍ରେରଣ କରିଥିଲେ ମଧ୍ୟ ସେଠାରେ ସରକାରୀ ଜମି ନଥିବା ଦର୍ଶାଇ ରିପୋର୍ଟ ଦେଇଥିଲେ l ଫଲରେ ଏ ବିଦ୍ୟାଳୟ ଭବିଷ୍ୟତ କେଉଁ ରୂପ ନେବ ତାହା ଜଣା ପଡୁନାହିଁ l ସ୍ଥାନୀୟ କିଛି ଶିକ୍ଷା ପ୍ରେମୀ ବିଦ୍ୟାଳୟ ବଞ୍ଚାଇବା ପାଇଁ ଅଣ୍ଟା ଭିଡି ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି l ବିଦ୍ୟାଳୟ ପାଇଁ ସମସ୍ତ ଅନୁଦାନ ଓ ଆନୁସଙ୍ଗିକ ସାମଗ୍ରୀ ଏଭଳି ସମସ୍ୟା ଯୋଗୁ ଫେରି ଯାଉଥିବା ବେଳେ l ୧୭୦ ଜଣ ଛାତ୍ରଛାତ୍ରୀ ଙ୍କ ମୁଣ୍ଡରେ ଝୁଲୁଥିବା ବିପଦ କିଏ ଅଡ଼େଇ ନେବ ତାହାହିଁ ବଡ଼ ପ୍ରଶ୍ନ ପାଲିଟିଛି ।

ଏହା ଉପରେ କେତେ ଶୀଘ୍ର ପ୍ରଶାସନ ଦୃଷ୍ଟି ଦେଉଛି ଓ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ର ଚିନ୍ତକ ସାଜୁଛି ତାହା ଆଗାମୀ ଦିନ କହିବ !

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

Rayagada Media Welfare Committee Formed to Support Journalists

masiha

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

masiha

ଅବହେଳିତ ଅବସ୍ଥାରେ ପାଲା କଳାକାର 

Sunil Chandra Nayak

Leave a Comment

error: Content is protected !!