ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

କବି ସୌରଭ

ବୈଜୟନ୍ତୀ ମାଳା ମହାପାତ୍ର

 

ଶ୍ରମ ଲାଘବଟି ସେବେଳେ ହୁଅଇ

ଯେବେ କାର୍ଯ୍ୟ ହୁଏ ପୂର୍ଣ୍ଣ

ମମତାରେ ଭରା ହୃଦୟ ଟି ସିନା

ଭଲ ଗୁଣରେ ମହାନ

ଆନନ୍ଦ ଆନନ୍ଦ ଆନନ୍ଦରେ ଭରା

ଶୂନ୍ୟ ନୁହେଁ ସିଏ ପୂର୍ଣ୍ଣ…. ll୧ll

 

ଦେବାରେ ମିଳଇ ଯେଉଁ ଅତ୍ମତୃପ୍ତି

ଯିଏ ଦାତା ସିଏ ଜାଣେ

ଛଡ଼ାଇ ନେବାରେ ଡର ଭୟ ଥାଏ

ଅପଯଶ ସିନା କିଣେ

ଅସୁମାରୀ ଶାନ୍ତି ଦାତାକୁ ମିଳଇ

ଜୀବନ ତା’ ହୁଏ ଧନ୍ୟ

ଶୂନ୍ୟ ନୁହେଁ ସିଏ ପୂର୍ଣ୍ଣ….. ll

 

ମାଟି ମାଆ ଆମ ସବୁ ସହି ଯାଏ

କଷଣ ଓ ଅତ୍ୟାଚାର

ଆଦରେ ଦିଅଇ ସୁନାର ଫସଲ

ଜୀବନ ରଖେ ଜୀବର

ସହିବା ଲୋକଟି କେବେ ଛୋଟ ନୁହଁ

ସବୁ ବେଳେ ସେ ମହାନ

ଶୂନ୍ୟ ନୁହେଁ ସିଏ ପୂର୍ଣ୍ଣ …..ll

ଫୁଲବାଣୀ, କନ୍ଧମାଳ

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!