ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

 ମୟୂରଭଂଜ – ୩୦-୦୭ — ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ରେ ମୋର ସମୟରେ ୧୦୮ ଆମ୍ବୁଲାନ୍ସ ଯାଉଥିବା ସମୟରେ ହଠାତ୍ ଗୋରୁ ପଲକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଆଜି ସକାଳୁ ବାଦାମ ପାହାଡ଼ରୁ ରୋଗୀମାନଙ୍କୁ ଧରି ୧୦୮ ଆମ୍ବୁଲାନ୍ସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଭିମୁଖେ ଆସୁଥିବାବେଳେ ନାଉଯୋଡା ପାଖରେ ଏକ ଗୋରୁ ପଲ ରାସ୍ତା ପାର ହେବାପାଇଁ ଦୌଡା ଦୌଡ଼ି କରି ଯାଉଥିଲେ ।ଗୋରୁପଲକୁ ରକ୍ଷା କରିବାକୁ ଯାଇ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଥିଲା ।ଆମ୍ବୁଲାନ୍ସ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଅଳ୍ପକେ ବର୍ତିଲେ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀ ସମେତ ରୋଗୀ ପରିବାରର ଲୋକେ ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

Sunil Chandra Nayak

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

masiha

Leave a Comment

error: Content is protected !!