ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

 ରାୟଗଡ଼:-ତା. ୩୧/୦୭- ଜିଲ୍ଲାପାଳ, ରାୟଗଡ, ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ କ୍ରମେ, ଜଣେ ମାନସିକ ଅନଗ୍ରସର ଭିନ୍ନକ୍ଷମ ମହିଳା ଆଲାଜିଙ୍ଗ ପାର୍ବତୀଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଏବଂ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ପ୍ରଭାତ କୁମାର ଶବରଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇ ସ୍ଵତନ୍ତ୍ର ବାହନ ଯୋଗେ ମାଲକାନଗିରି ସ୍ଥିତ ମିଶନ ଆଶ୍ରା ପୁନର୍ବାସ କେନ୍ଦ୍ରରେ ଥଇଥାନ କରାଯାଇଅଛି । ବିଗତ କିଛି ଦିନ ହେଲା, ଏହି ମହିଳା କୋଲନରାସ୍ଥିତ କାମ୍ପ ସାହି ରେ ଆତଙ୍କ ସୃଷ୍ଟି କରିବା ଓ କୌଣସି ବ୍ୟକ୍ତିକୁ ଆଘାତ କାରବାର ସମ୍ଭାବନା ଥିବା ସେଠାକାର ସାହି ବାସିନ୍ଦା ଓ ସରପଞ୍ଚ ଲିଖିତ ଆକାରରେ ଜଣାଇଥିଲେ। ତା ୩୧.୦୭.୨୦୨୫ ରିଖରେ ରୀନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଲନରା, ଏ. ଧବଳେଶ୍ଵର ନାଇଡୁ, ଜିଲ୍ଲା ପରିଷଦ ସଭ୍ଯ, କୋଲନରା, ବିଜୟ ଲକ୍ଷ୍ମୀ ନିଶାଙ୍କ, ଶିଶୁ ବିକାଶ ଯୋଜନା ଅଧିକାରୀ, କୋଲନରା, ଜ୍ୟୋତ୍ସ୍ନା କୁମାରୀ ବିଡିକା, ମହିଳା ପରିଦର୍ଶିକା, କୋଲନରା ଓ ଓଡିଶା ପୋଲିସ ସହଯୋଗରେ ଏହି ମାନସିକ ଅନଗ୍ରସର ଭିନ୍ନକ୍ଷମ ମହିଳାକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଅଣାଯାଇ ଡ. ପ୍ରଦୀପ୍ତ କୁମାର ସୁବୁଦ୍ଧି, ତାଲିମପ୍ରାପ୍ତ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସକ, ସମରଜିତ ଖୁଣ୍ଟିଆ, ମାନସିକ ଗୋଷ୍ଠୀ ପର୍ଯ୍ୟବେକ୍ଷକ, ପୂର୍ଣ୍ଣଚନ୍ଦ୍ର କାଦମ୍ବାଲୁ, ମାନସିକ ସାମାଜିକ କର୍ମୀଙ୍କ ସହଯୋଗରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଲକାନଗିରି ସ୍ଥିତ ମିଶନ ଆଶ୍ରା ପୁନର୍ବାସ କେନ୍ଦ୍ରରେ ଥଇଥାନ କରାଗଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ଧର୍ମଗଡ:କାଶୀବାହାଲରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା

masiha

ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

masiha

Leave a Comment

error: Content is protected !!