ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

ମାଆ ତାରିଣୀ

ରାତି ପାହିଗଲେ ସିନ୍ଦୁରା ଫାଟିଲେ ତୁଣ୍ଡରେ ନାମ ଯାହାର

ଘଟଗାଁ ବାସିନୀ କେନ୍ଦୁଝର ରାଣୀ ସୁନ୍ଦର କରେ ସଂସାର।

 

ନାଲି ସିନ୍ଦୂର ନାଲି ଶଙ୍ଖା ରେ ଦିଶଇ ମନୋହର

ନାଲି ମନ୍ଦାର ନାଲି ପାଟିରେ ଦିଶଇ ମନୋହର।

 

ନଡିଆ ରାଣୀ ଵୋଲାଉ ଅଛି ଅଟେ ନଡ଼ିଆ ପ୍ରିୟା

ନଡ଼ିଆ ପାଣି ତୁଣ୍ଡେ ବାଜିଲେ ରହିଛି ମାଆ ଦୟା।

 

କାଞ୍ଚି ରାଇଜୁ ଆସିଲେ ମାଆ ପୁରୀ ବୁଲିବା ପାଇଁ

ଗୋବିନ୍ଦ ଭଞ୍ଜ ଧନ୍ୟ ହୋଇଲା ଦର୍ଶନ ଥିଲୁ ଦେଇ।

 

ମାଆ ତାରିଣୀ ଦୁଃଖ ହାରିଣୀ ଶାଳୁଆ ବସି

ଆଖିରେ ତୋର ପଲକ ନାହିଁ ସଂସାର ଅଛୁ ଦେଖି।

 

ନାହିଁ ତୋ ଘର ନାହିଁ ମନ୍ଦିର ଖୋଲା ତୋର ପୁର

ଚଇତ ମାସ ଆସିଲେ ମାଆ ହସେ ଘଟଗାଁ ତୋର।

 

ମାଟି ଘୋଡା ରେ ସଂସାର ଦେଖୁ ସମସ୍ତେ ତୋର ଭକ୍ତ

ତୋର ଚରଣେ ଶରଣ ଗଲି କରୁଛି ପ୍ରଣିପାତ।

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ

Sunil Chandra Nayak

ଉତ୍କଳ ଆଲୁମିନା କମ୍ପାନୀ କୁ ନେଇ ବିଧାନସଭା ରେ ଗର୍ଜିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

Sunil Chandra Nayak

ବିବେକସେନା ତରଫରୁ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ ଓ କଳାହାଣ୍ଡି ମାନଚିତ୍ର ର ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!