ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

 ମୟୂରଭଂଜ – ୩୦/୦୭ —  ଭାରତୀୟ ବାୟୁ ସେନା ତରଫରୁ ଚଳିତ ବର୍ଷ ଆଗାମୀ ଅଗଷ୍ଟ ମାସ ୨୭ତାରିଖ ରୁ ସେପ୍ଟେମ୍ବର ୪ତାରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡିଆ ଠାରେ ବାୟୁସେନାରେ ଅଗ୍ନିବୀରବାୟୁ ନିମନ୍ତେ ନିଯୁକ୍ତି ରାଲି ଆୟୋଜିତ ହେବ।

ଆୟୋଜିତ ହେବାକୁ ଥିବା ଉକ୍ତ ନିଯୁକ୍ତି ରାଲି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲୀ, ଗ୍ରୁପ କ୍ୟାପଟେନ ସଞ୍ଜୟ ପଟ୍ଟନାୟକ ତଥା ସମାଦେଶ ଅଧିକାରୀ ନବମ ବାୟୁସେନା ଚୟନ କେନ୍ଦ୍ର ଭୁବନେଶ୍ୱର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଯୋଗ ଦେଇଥିବା ବେଳେ ବାରିପଦା ଉପଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ଥାନାର ଆଇ ଆଇ ସି, ସମସ୍ତ ପି ଏ ଆଇ ଟି ଡି ଏ, ସହକାରୀ ଯନ୍ତ୍ରୀପୂର୍ତ୍ତ ବିଭାଗ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ତହସିଲଦାର ବାରିପଦା, , ଏସ ଡି ପି ଓ ବାରିପଦା, ଡି ଏସ ପି ଡି ଆଇ ବି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାରିପଦା ପୌର ପାଳିକା, ଡେପୁଟି କଲେକ୍ଟର ନିଜ଼ାରତ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ଆଶିଷ ବସନ୍ତିଆ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେl ଏହାପରେ ଗ୍ରୁପ କ୍ୟାପଟେନ ସଞ୍ଜୟ ପଟ୍ଟନାୟକ ବାରିପଦା ଠାରେ ଉକ୍ତ ମେଗା ନିଯୁକ୍ତି ରାଲିକୁ କିପରି ବ୍ୟବସ୍ଥିତ ତଥା ଶୃଙ୍ଖଳିତ ଭାବରେ ସଫଳତାର ସହିତ ଆୟୋଜିତ ହେବ ସେ ବିଷୟରେ ସବିଶେଷ ପ୍ରକ୍ରିୟା ଓ ଚୂଡାନ୍ତ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। 

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ନିଯୁକ୍ତି ରାଲି କେବଳ ନିଯୁକ୍ତିରେ ସୀମିତ ରହିବ ନାହିଁ ବରଂ ଯୁବପିଢ଼ିଙ୍କ ପାଇଁ ଭବିଷ୍ୟତର ପ୍ରେରଣାର ଉତ୍ସ ହେବ।

ଏଠାରେ ଉଲ୍ଲେଖ ଯୋଗ୍ୟ କି ଆସନ୍ତା ତା ୨୭-୦୮-୨୦୨୫ ରିଖ ଠାରୁ ତା ୦୪-୦୯-୨୦୨୫ ରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡିଆ ଠାରେ ଭାରତୀୟ ବାୟୁ ସେନାରେ ଅଗ୍ନିବୀରବାୟୁ ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ନିମନ୍ତେ ୩ଟି ପର୍ଯ୍ୟାୟରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଉକ୍ତ ନିଯୁକ୍ତି ରାଲିରେ ଭାରତର ୧୨ ଗୋଟି ରାଜ୍ୟ ଯଥା ଆସାମ,ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ, ସିକ୍କିମ, ପଶ୍ଚିମ ବଙ୍ଗ, ଛତିଶଗଡ ଓ ଝାରଖଣ୍ଡ ସମେତ ଓଡିଶାର ସମସ୍ତ ଜିଲ୍ଲାର ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ( ଯେଉଁ ମାନଙ୍କ ବୟସ ସାଢେ ୧୭ବର୍ଷରୁ ୨୧ ବର୍ଷ ଭିତରେ ହୋଇଥବ, ଶିକ୍ଷା ଗତ ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ଆଇ ଟି ଆଇ/ ଡିପ୍ଲୋମାରେ ଉତ୍ତୀର୍ଣ୍ଣ ହୋଇଥିବେ ମାତ୍ର ଇଂରାଜୀରେ ସର୍ବ ନିମ୍ନ ୫୦ ପ୍ରତିଶତ ସହିତ ଏଗ୍ରିଗେଟରେ ୫୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବେ ) ନିଯୁକ୍ତି ନିମନ୍ତେ ନିର୍ଧାରିତ ମାନଦଣ୍ଡ ଯଥା ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ଗଠନ ଇତ୍ୟାଦି ଭିତ୍ତିରେ ନିଯୁକ୍ତି ପାଇଁ ଅଂଶ ଗ୍ରହଣ କରି ପାରିବେ। ଏହି ନିଯୁକ୍ତି ରେ ଅଂଶ ଗ୍ରହଣ କରିବା ପାଇଁ ପୂର୍ବରୁ କୌଣସି ପଞ୍ଜିକରଣ ଆବଶ୍ୟକତା ନାହିଁ। ନିଯୁକ୍ତି ରାଲି ପାଇଁ ଧାର୍ଯ୍ୟ ତାରିଖ, ସମୟ ଓ ସ୍ଥାନରେ ଆସି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସିଧା ସଳଖ ଅଂଶ ଗ୍ରହଣ କରି ପାରିବେ।

ଏହାକୁ ସଫଳତାର ସହ ଆୟୋଜନ କରିବାପାଇଁ ଶ୍ରୀ ପଟ୍ଟନାୟକ ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଥିଲେ।ମୟୁରଭଞ୍ଜ ଜିଲ୍ଲାକୁ ଏହି ଏହି ମେଗା ନିଯୁକ୍ତି ରାଲି ପାଇଁ ଚୟନ କରାଯାଇଥିବାରୁ ଏହା ଆମ ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ଏଥି ପାଇଁ ଜିଲ୍ଲାପାଳ ଭାରତୀୟ ବାୟୁସେନାକୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଏହାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜାତଳା ଲ୍ୟାମ୍ପ୍ସରେ ଧାନମଣ୍ଡି ଶୁଭ ଉଦ୍ଘାଟିତ 

masiha

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

Sunil Chandra Nayak

Leave a Comment

error: Content is protected !!