ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ

ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ

ଲଷ୍ମୀପୂର :- ସ୍ଥାନୀୟ ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମଗ୍ର ଶିକ୍ଷା,କୋରାପୁଟ ଦ୍ଵାରା ଆୟୋଜିତ, ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ,ଲକ୍ଷ୍ମୀପୁର ଦ୍ବାରା ପରିଚାଳିତ ବ୍ଲକ୍ ସ୍ତରୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା କରି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ଟାକ୍ରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ସାଉନ୍ତା ଏହି ଶିବିର ଆୟୋଜନ ର ଉଦେଶ୍ୟ ଅବଗତ କରାଇବା ସହ ନିଜେ ଛାତ୍ର ଛାତ୍ରୀଙ୍କୁ ଚଷମା ପିନ୍ଧାଇ ଥିଲେ।ଗତ ମାର୍ଚ୍ଚ ୨୫ ତାରିଖରେ ସ୍ଥାନୀୟ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ସୁନେତ୍ର କାର୍ଯ୍ୟକ୍ରମରେ ଚକ୍ଷୁ ପରୀକ୍ଷା କରି ୬୦ ଜଣ ଛାତ୍ର ଛାତ୍ରୀଙ୍କୁ ଚଷମା ପ୍ରଦାନ ପାଇଁ ସ୍ଥିର କଲେ ହୋଇଥିଲା।ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବେ କୋରାପୁଟ ସାଂସଦଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ଖୋସଲା, ବିଧାୟକଙ୍କ ପ୍ରତିନିଧି ମଣ୍ଟୀ ଖରା, ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଉପସ୍ଥିତ ଥିବା ବେଳେ ଭାର ପ୍ରାପ୍ତ ବି ଆର ପି ଭାବେ କୃଷ୍ଣ କୁଲଦୀପ ଚଷମା ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଭିନ୍ନ କ୍ଷମ ବିଭାଗରେ କାର୍ଯ୍ୟରତ କୁଳନିଧି ବିଦିକା,ମନୋଜ କୁମାର ମଣ୍ଡିଙ୍ଗା, ଶିକ୍ଷକ ସରୋଜ କୁମାର ଜେନା, ହେମନ୍ତ ମହାନନ୍ଦିଆ ଓ ମହାଦେବ କର୍କରା ଶିବିର ରେ ସମସ୍ତ ସହଯୋଗ କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଶିବିର ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଳକରେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ 

masiha

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

masiha

Leave a Comment

error: Content is protected !!