ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂହପୁର ନବଘନ ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସରପଞ୍ଚ ଙ୍କ ତତ୍ତ୍ୱାବଧାନରେ କୁଇଜ ପ୍ରତିଯୋଗିତା

ସିଂହପୁର ନବଘନ ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସରପଞ୍ଚ ଙ୍କ ତତ୍ତ୍ୱାବଧାନରେ କୁଇଜ ପ୍ରତିଯୋଗିତା 

ବିଂଝାରପୁର, ୧ ଅଗଷ୍ଟ ୨୦୨୫(ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସିଂହପୁର ଗ୍ରାମ ପଂଚାୟତ ତରଫରୁ ସିଂହପୁର ଗ୍ରାମ ପଂଚାୟତ ର ଯୁବ ସରପଞ୍ଚ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଖିଲାର ଙ୍କ ତତ୍ତ୍ୱାବଧାନରେ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା | ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଟ , ସପ୍ତମ ଓ ଅଷ୍ଟମ ଶ୍ରେଣୀର ମୋଟ ୫୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଉକ୍ତ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ଅଶୋକ କୁମାର ଧଳ ପରିଚାଳନା କରିଥିଲେ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜ୍ଞାନ ରଂଜନ ସାମଲ , ସହକାରୀ ଶିକ୍ଷକ ମନୋରଞ୍ଜନ ବେଉରିଆ ଓ ପ୍ରଭାତ କୁମାର ସାହୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ | ଉକ୍ତ ପ୍ରତିଯୋଗିତାରେ ଫଳ ସ୍ୱରୂପ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦିପ୍ତ୍ତୀମୟୀ ସାହୁ (ପ୍ରଥମ) , ଅଷ୍ଟମ ଶ୍ରେଣୀ ଛାତ୍ର ରାକେଶ ଦାସ (ଦ୍ୱିତୀୟ) ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପିକା ବେଉରିଆ (ତୃତୀୟ) ସ୍ଥାନ ଅଧିକାର କରିଥିଲେ |

Related posts

ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

masiha

ଉତ୍କଳ ଆଲୁମିନା ପକ୍ଷରୁ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

masiha

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ  “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ” 

masiha

Leave a Comment

error: Content is protected !!