ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ର ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ

ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ର ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ

କେନ୍ଦ୍ରାପଡ଼ା, :-କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ଡାକ ସେବା ବନ୍ଦ ରହିବ | କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥିବା ସାପ ସଫ୍ଟୱେର ବଦଳରେ ଡାକ ବିଭାଗ ନିଜସ୍ୱ ଜ୍ଞାନକୌଶଳରେ ଆଇଟି ୨.୦ ସଫ୍ଟୱେର ପ୍ରଚଳନ କରିବାକୁ ଯାଉଛି | ଆସନ୍ତା ୪ ଅଗଷ୍ଟରେ ଏହି ସଫ୍ଟୱେର କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅନ୍ତର୍ଗତ ସମସ୍ତ ଉପ ଡାକ ଘର ଏବଂ ଶାଖା ଡାକ ଘରରେ ପ୍ରଚଳିତ କରିବାକୁ ବିଭାଗ ନିର୍ଦ୍ଦେଶନାମା ଜାରୀ କରିଛି | ଏ ନେଇ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ପକ୍ଷରୁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି | ଆସନ୍ତା ୪ ଅଗଷ୍ଟ ରୁ ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ହେବ | ଏଣୁ ବିଭାଗର ନିର୍ଦ୍ଦେଶକ୍ରମେ ବୈଷୟିକ କାରଣରୁ ଆସନ୍ତା ୨ ଅଗଷ୍ଟ ଅର୍ଥାତ ଶନିବାର ଦିନ ଡାକ ସେବା ବନ୍ଦ ରହିବ | ଜନସାଧାରଣ ସମେତ ସମସ୍ତ ଗ୍ରାହକ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ସହଯୋଗ କରିବାକୁ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ତରଫରୁ ଅନୁରୋଧ କରାଯାଇଛି |

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

masiha

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!