ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଆଲୋରାଣୀ ହଲଦାର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ଅଧ୍ୟକ୍ଷତା କରିଥଲେ ।ଶିକ୍ଷା ବିଭାଗ ର ଏବିଇଓ ତଥା ବିଆରସିସି ତୋଫାନ ମାଝୀ, ଏବିଇଓ ଦୟାନିଧି ପାଢ଼ୀ,ପ୍ରଧାନ ଶିକ୍ଷୟିତ୍ରୀ ବ୍ୟାପ୍ତି ନାଏକ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏବିଇଓ ଆଲୋରାଣୀ ହଲଦାର କୋକସରା ଶିକ୍ଷା ବିଭାଗ ରେ ଜଣେ ଦକ୍ଷ ଅଧିକାରିଣୀ ଭାବେ ଯୋଗଦେଇ ଶିକ୍ଷା ର ମାନ ବୃଦ୍ଧି କରିବା ସହ ଶିକ୍ଷା ବିଭାଗ ରେ ରହିଥିବା ବିଭିନ୍ନ ବିଦ୍ୟାଳୟ ର ସମସ୍ୟା ନେଇ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିକଟରେ ଅବଗତ କରାଇବା ସହ ନିରନ୍ତର ଶିକ୍ଷା ର ବିକାଶ ଦିଗରେ ପଦକ୍ଷେପ ନେଇ ଆସୁଥିଲେ ବୋଲି ପ୍ରକାଶ କରିଥିଲେ। ତାଙ୍କର ସମ୍ବର୍ଦ୍ଧନା ଅଵସରକାଳୀନ ଉପଲକ୍ଷେ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ତାଙ୍କର ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ କାମନା କରାଯାଇଥିଲା। ସିଆରସିସି ବୈକୁଣ୍ଠ ଜାଲ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଦିଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ରାୟଗଡ଼ା ସ୍ବୟଂ ଶାସିତ ମହାବଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଆନନ୍ଦପୁର ବୈତରଣୀ ନଦୀ ଉପରେ ତିଆରି ହେବ ଝୁଲାପୋଲ

Sunil Chandra Nayak

Leave a Comment

error: Content is protected !!