ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

ଢେଙ୍କାନାଳ (ମନିସ )29/7/25 — ଭୁବନ ଉପ ଡାକଘରେ ଦୀର୍ଘ ମାସାଧିକ କାଳ ହେଲା କମ୍ପ୍ୟୁଟର ଅଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଜନ ସାଧାରଣ ଚିଠି, ପାର୍ଷଲ ଇତ୍ୟାଦି ପଠାଇ ପାରୁ ନାହାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଚିଠି ମଧ୍ୟ ପଠାଇ ହେଉନି । ଅତି ଜରୁରୀ ଦରକାର ପଡିଲେ ଲୋକଙ୍କୁ ଭୂଷଳ ସବ ସେଣ୍ଟର କୁ ପଠାଇ ଦିଆ ଯାଉଛି । ସେଠାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଟିକେଟ ନଥିବାରୁ ଲୋକମାନେ ହିନସ୍ତା ହେଉଛନ୍ତି । ଭୁବନ ଉପ ଡାକଘର ଉପରେ ଦୈନିକ ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ମାସାଧିକ କାଳ କମ୍ପ୍ୟୁଟର ଅଚଳ ହୋଇ ଥିବାରୁ ଜନ ସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ବିଭୂତି ଭୂଷଣ ନାୟକ ଙ୍କୁ ଯୋଗାଯୋଗ କରିବାରୁ କମ୍ପ୍ୟୁଟର ଅଚଳ ଓ ସର୍ଭର ସ୍ଲୋ ରହୁଥିବା ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଛନ୍ତି । ଥରକୁ ଥର ସଚଳ କରାଯାଉଛି ଦିନେ ଦୁଇ ଦିନ ମଧ୍ୟରେ ପୁଣି ଖରାପ ହୋଇଯାଇଛି ବୋଲି କହିଥିଲେ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଅଛି,ଝିଅ,ବୋହୂ ମାନେ ରାକ୍ଷୀ ପଠାଇବାରେ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହା ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଜନ ସାଧାରଣରେ ଦୃଢ଼ ଦାବି ହୋଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

ବୁଦେଲ ପଦର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

masiha

ଜୟପାଟଣା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!