ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

ଢେଙ୍କାନାଳ (ମନିସ )29/7/25 — ଭୁବନ ଉପ ଡାକଘରେ ଦୀର୍ଘ ମାସାଧିକ କାଳ ହେଲା କମ୍ପ୍ୟୁଟର ଅଚଳ ହୋଇଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଜନ ସାଧାରଣ ଚିଠି, ପାର୍ଷଲ ଇତ୍ୟାଦି ପଠାଇ ପାରୁ ନାହାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ଚିଠି ମଧ୍ୟ ପଠାଇ ହେଉନି । ଅତି ଜରୁରୀ ଦରକାର ପଡିଲେ ଲୋକଙ୍କୁ ଭୂଷଳ ସବ ସେଣ୍ଟର କୁ ପଠାଇ ଦିଆ ଯାଉଛି । ସେଠାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଟିକେଟ ନଥିବାରୁ ଲୋକମାନେ ହିନସ୍ତା ହେଉଛନ୍ତି । ଭୁବନ ଉପ ଡାକଘର ଉପରେ ଦୈନିକ ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ମାସାଧିକ କାଳ କମ୍ପ୍ୟୁଟର ଅଚଳ ହୋଇ ଥିବାରୁ ଜନ ସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ବିଭୂତି ଭୂଷଣ ନାୟକ ଙ୍କୁ ଯୋଗାଯୋଗ କରିବାରୁ କମ୍ପ୍ୟୁଟର ଅଚଳ ଓ ସର୍ଭର ସ୍ଲୋ ରହୁଥିବା ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଛନ୍ତି । ଥରକୁ ଥର ସଚଳ କରାଯାଉଛି ଦିନେ ଦୁଇ ଦିନ ମଧ୍ୟରେ ପୁଣି ଖରାପ ହୋଇଯାଇଛି ବୋଲି କହିଥିଲେ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଅଛି,ଝିଅ,ବୋହୂ ମାନେ ରାକ୍ଷୀ ପଠାଇବାରେ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହା ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଜନ ସାଧାରଣରେ ଦୃଢ଼ ଦାବି ହୋଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ଜିଲ୍ଲା କଂଗ୍ରେସ କମିଟିର ବୈଠକ

masiha

ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ମୋନାଲିସାଙ୍କୁ ସମ୍ବର୍ଦ୍ଧିତ କଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

Sunil Chandra Nayak

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

Sunil Chandra Nayak

Leave a Comment

error: Content is protected !!