ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ଶ୍ରଦ୍ଧା ରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ରାଉରକେଲା : ଶ୍ରଦ୍ଧା ଆନୁକୁଲ୍ୟରେ ବିଶ୍ଵ ସ୍ତନ୍ୟପାନ ଦିବସ କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀ ଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇ. ଜି. ଏଚ.ର ପ୍ରାକ୍ତନ ଉପ ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିଶୁ ବିଶେଷଜ୍ଞ ଡା ପରମାନନ୍ଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ମାଆ କ୍ଷୀର ୩ ପ୍ରକାର ଉପକାର ଦେଇଥାଏ ଯଥା ଛୁଆଙ୍କ ପାଇଁ ଏହା ଏକ ଶକ୍ତି ବର୍ଦ୍ଧକ ତଥା ନୀରୋଗକାରୀ, ମାଆ ପାଇଁ ସ୍ଵାସ୍ଥ୍ୟ କାରକ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ। ପିଲା କୁ ଜନ୍ମଠାରୁ ଅତିକମରେ ୨ ବର୍ଷ ପର୍ଯ୍ୟନ୍ତ କ୍ଷୀର ଖୁଆଇବା ଉଚିତ । କର୍ମଜୀବୀ ମହିଳା ମାଆ ମାନେ ନିଜ କ୍ଷୀର ସଂଗ୍ରହ କରି ଡିପ୍ ଫ୍ରିଜରେ ରଖି ତାକୁ ପିଲା କୁ ଦେବା ସମୟରେ ସାଧାରଣ ଘର ଟେମ୍ପରଚର କୁ ଆଣି ସଫାସୁତୁରା ଭାବେ ଚାମଚ ରେ ପିଆଇ ପାରିବେ। ମାଆ କୁ କେବେବି ଜ୍ଵର, ଝାଡା ସମୟରେ କିମ୍ବା ଅନ୍ୟ କୌଣସି ରୋଗରେ ପିଡ଼ିତ ଥିଲେ ମଧ୍ୟ କ୍ଷୀର ବନ୍ଦ କରିବା ଅନୁଚିତ । ସମ୍ମାନିତ ଅତିଥି ବିଶ୍ରା ବ୍ଳକ ର ମେଡିକାଲ ଅଧିକାରୀ ତଥା ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅମିତ୍ କୁମାର ଦାଶ ଯୋଗଦେଇ କହିଲେ ଯେ: ଶିଶୁ ଟି ଜନ୍ମ ହେବା ପରେ ପରେ ତାକୁ ତୁରନ୍ତ ମାଆ କ୍ଷୀର ଖୁଆଇବା ଉଚିତ । ଏହା କୁ କଷ କ୍ଷୀର କୁହାଯାଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି। ପ୍ରଥମେ ଯେବେ ଶିଶୁ ମାଆ କ୍ଷୀର ନିଜ ମାଆ ର ଆଖି ସହିତ ଆଖି ମିଶାଇ ମାଆ କୋଳର ଉଷ୍ମତା ଅନୁଭବ କରିଥାଏ । ଜନ ଶିକ୍ଷଣ ସଂସ୍ଥା ର ପ୍ରାକ୍ତନ ପ୍ରୋଗ୍ରାମ ଅଫିସର ତଥା ସମାଜସେବୀ ରାଜଶ୍ରୀ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ଟି ଜନ୍ମ ନେଲା ପରେ ନବଜାତ ଶିଶୁ ର ଜତ୍ନ ଓ ମାଆ ର ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହ୍ୟୁମାନିଟି ଫାଉଣ୍ଡେସନ ର ସଭାପତି ଦୀପ୍ତି ବିଶ୍ଵାଳ ଓ ସମ୍ପାଦିକା ଲୀନା ତ୍ରିପାଠୀ , ମାଣିକ ଫାଉଣ୍ଡେସନ ର କାମିନୀ ମହନ୍ତ, ମିରର ଫାଉଣ୍ଡେସନ ର ବିଶ୍ଵଜିତ ରାଉତ ପ୍ରମୁଖ ଉପସ୍ଥିତ ରହି ଶିଶୁ ଓ ମାଆ କ୍ଷୀର ଉପରେ ପ୍ରାସଙ୍ଗିକ ବକ୍ତବ୍ୟମାନ ପ୍ରଦାନ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଚାଟାର୍ଜୀ କାର୍ଯ୍ୟକ୍ରମ ରେ ପୈ।ରହିତ କରିବା ସହିତ ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ଵାଗତ ଅଭିଭାଷଣ ରଖିବା ସହ ଶ୍ରଦ୍ଧା ର କାର୍ଯ୍ୟକ୍ରମ ର ବିବରଣୀ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥପଲ୍ଳୀ , ତୁମକେଲା, ଶ୍ରଦ୍ଧା ର ପିଲାମାନଙ୍କ ଅଭିଭାବକ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଂଶ ଗ୍ରହଣ କରିଥିଲେ । ଉପସଭାପତି ପ୍ରଭାକର ନାୟକ,ସୁକୁମାର ପାଣ୍ଡବ, ପ୍ରୀତି ବାରିକ, ଅଞ୍ଜଳି ମହାରଣା , ସୁଜାତା ରାଉତ, ଅର୍ଚ୍ଚନା ମିଞ୍ଜ୍, ସନ୍ତୋଷୀ, ଇତିଶ୍ରୀ , ଗଗନ ମହାନ୍ତି ଓ ଧୀରେନ୍ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଅପରାଜିତା

Sunil Chandra Nayak

ଆର୍ଥିକ ସାକ୍ଷରତା କର୍ମଶାଳା

Sunil Chandra Nayak

ବୋଲେର ଓ ବାଇକ ଧକ୍କାରେ ବାଇକ୍ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!