ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନର୍ଲାରେ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନର୍ଲା: ୭୯ ତମ ସ୍ୱାଧିନତା ଦିବସ ପାଳନ ନେଇ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ବିଡ଼ିଓ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ବ୍ଲକ ସାମାଜିକ ଅଧିକାରୀ ପ୍ରଦୀପ ବେହେରା, ବ୍ଲକ ସେକ୍ସନ ଅଫିସର ସୁଦର୍ଶନ ରାଉତ ଓ ଏକାଉଣ୍ଟ ଅଫିସର ପ୍ରତୀକ ରଥ ମଞ୍ଚାସୀନ ହୋଇ ୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ଖସଡା ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମରେ ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବଦ୍ରୀପ୍ରସାଦ ମିଶ୍ର, ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକ, ଆରଡବ୍ଲୁଏସଏସ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଭୋଳାନାଥ ଦାସ, ସିଡିପିଓ ଅଞ୍ଜଳୀ ପଟ୍ଟନାୟକ, ଯୁକ୍ତଦୁଇ କଲେଜର ଅଧ୍ୟାପକ ସନ୍ତୋଷ କୁମାର ବୁଦ୍ଧିଆ, ଆରଡବ୍ଲୁ ଏସଏସ କର୍ମଚାରୀ ସନତ କୁମାର ନାୟକ, ଓଏଲଏମ ସଂଯୋଜକ ସନତ କୁମାର ସାହୁ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଜୟଦେବ ପୋଢ, ଷ୍ଟେଟ ବ୍ୟାଙ୍କ ନର୍ଲା ଶାଖା ପରିଚାଳକ, ନର୍ଲା ଅଗ୍ନିଶମ ବିଭାଗ କର୍ମଚାରୀ, ଜବାହର ନବୋଦ୍ଦୟ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଏସ୍ ସି/ ଏସ୍ ଟି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରାଇରଙ୍ଗପୁରରେ ହଡତାଳ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା

masiha

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

Leave a Comment

error: Content is protected !!