ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠିତ 

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠିତ 

ଆଜି ଧର୍ମଗଡ ଗାୟତ୍ରୀ ମନ୍ଦିର ପରିସର ରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । କଳାହାଣ୍ଡି ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଶରତ ଚନ୍ଦ୍ର ନାୟକ, ଉପ ସଭାପତି ମନୋଜ କୁମାର ପାଣିଗ୍ରାହୀ, ସଧାରଣ ସମ୍ପାଦକ ରାଜେନ୍ଦ୍ର ସାହୁ,ସମ୍ପାଦକ ମହେନ୍ଦ୍ର ପଣ୍ଡା ଓ ଉପଦେଷ୍ଟା ଅଭିରାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ଅବସର ରେ ଧର୍ମଗଡ ବ୍ଲକ ସଂଘ ଗଠିତ ହୋଇ ଥିଲା । ସର୍ବ ସମ୍ମତି କ୍ରମେ ଧର୍ମଗଡ ବ୍ଲକ ସଭାପତି ଭାବେ କବିରାଜ ଦୂର୍ଗା, କାର୍ଯ୍ୟକାରି ସଭାପତି ଭାବେ ସୁବାଷ ସାହୁ, ଉପସଭାପତି ଭାବେ ଶ୍ୟାମ ସୁନ୍ଦର ନାଗ ଓ ପ୍ରମୋଦ କୁମାର ହଂସ, ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ଭୋଇ, ସହ ସମ୍ପାଦକ ଭାବେ ଧରଣୀ ଧର ଧଙ୍ଗଡାମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରତାପ କିଶୋର ଆଚାର୍ଯ୍ୟ ଙ୍କୁ ମନୋନୀତ କରା ଯାଇଥିଲା । ଅବସର ପ୍ରାପ୍ତ ବିଇଓ ଲୋକନାଥ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରି ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ଉଚ୍ଚ ବିଦ୍ୟାଳୟରେ “ଚାଲ କଥା ହେବା ” କାର୍ଯ୍ୟକ୍ରମ ର ହେଲା ଶୁଭାରମ୍ଭ 

Sunil Chandra Nayak

ଡାବୁଗାଁ ବିଧାୟକଙ୍କ ସମୀକ୍ଷା ବୈଠକ 

masiha

ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ

masiha

Leave a Comment

error: Content is protected !!