ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

ଅଦ୍ୟ ତା ୦୨.୦୮.୨୦୨୫ ରିଖ ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ବ୍ଲକ ର ବିଭିନ୍ନ ଗ୍ରାମର 331 ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ । ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଦଳ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ 57 ଜଣ ଦୃଷ୍ଟିଶକ୍ତି ବାଧିତ,42 ଜଣ କର୍ଣ୍ଣ, ନାସା ଓ ଗଳ। ଶକ୍ତି ବାଧିତ, 95 ଜଣ ଶାରୀରିକ ବାଧିତ ଓ 37 ଜଣ ମାନସିକ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ 3 ଜଣଙ୍କୁ ଚକ ଲଗା ଚଉକି, 2 ଜଣଙ୍କୁ ସିପି ଚଉକି, 4 ଜଣଙ୍କୁ ଆଶା ବାଡ଼ି, 2 ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ 2 ଜଣଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ ନିମନ୍ତେ ଦରଖାସ୍ତ ଗ୍ରହଣ କରାଗଲା। 23 ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ବାଣିଶ୍ରୀ ଶିକ୍ଷାବୃତି, 21 ଜଣଙ୍କ ବର୍ଦ୍ଧିତ ଭତ୍ତା ଏବଂ 22 ଜଣଙ୍କ ବସ ପାସ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ. ହରପ୍ରସାଦ ହେପୃକା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବୃନ୍ଦ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସମୀର ପଦକା, ପି ଏ ଶ୍ରୀକାନ୍ତ ପେଦିନା, ଅମରେନ୍ଦ୍ର ନାଥ ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ, ଜଳନ୍ଧର ବାଚେଲୀ ସମ୍ପାଦକ ଓଡ଼ିଶା ବିକଳାଙ୍ଗ ମଞ୍ଚ, ରାୟଗଡ଼ ଏବଂ ଅନ୍ୟାନ୍ୟ ବ୍ଲକ ଓ ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ହାତୀବନ୍ଧା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ଧର୍ମଗଡ଼ ରେ ନୂତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

masiha

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!