ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫାଶୀ ଲଗାଇ ଯୁବକ ଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

ଫାଶୀ ଲଗାଇ ଯୁବକ ଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ସିଲଯୋଡ଼ା ଗ୍ରାମର ଶୋଷ ବସ୍ତି ରେ ଆଜି ସକାଳୁ ଜଣେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିଛି।ମୃତ୍ୟୁକ ଙ୍କ ପରିଚୟ ଶିବ ସୋଇ ବୟସ (୧୮)ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଶିବ ଶୋଇ ତାଙ୍କ ଭଉଣୀ ଙ୍କ ସହିତ ରହୁଥିଲେ।ପ୍ରାୟ ଦେଢ଼ ମାସ ହେବ ତାଙ୍କ ଭଉଣୀ କାମରେ ବାହାରକୁ ଯାଇଥିବାରୁ ଶିବ ଏକୁଟିଆ ରହୁଥିଲେ।ତେବେ ସେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ସକାଳ ୮ ଟା ପାଖା ପାଖି ବସ୍ତି ଲୋକେ ଶିବ ଶୋଇ ଙ୍କ ଝୁଲନ୍ତା ଶରୀର ଦେଖି ପୋଲିସ କୁ ଖବର କରିଥିଲେ। ବାମେଵାରୀ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି।ପୋଲିସ ଏହି ଘଟଣାରେ କେସ ନମ୍ବର ୨୩/୨୦୨୫ ରୁଜୁ କରି ପଚରାଉଚରା ଜାରୀରଖିଛି। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ ସମେତ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

masiha

କେଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ ଧକ୍କାରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ 

Sunil Chandra Nayak

Leave a Comment

error: Content is protected !!