ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରବଣ ଶେଷ ସୋମବାର: ଦେବଗିରି ମଠରେ ଭକ୍ତଙ୍କ ଭିଡ଼ 

ଶ୍ରବଣ ଶେଷ ସୋମବାର: ଦେବଗିରି ମଠରେ ଭକ୍ତଙ୍କ ଭିଡ଼ 

ନର୍ଲା,୪|୮: ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠରେ ଶ୍ରାବଣ ଅନ୍ତିମ ସୋମବାର ଦିନ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଓ କାଉଡିଆ ପବିତ୍ର ଜଳ ନେଇ ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କୁ ଅର୍ପଣ କରିଛନ୍ତି। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଆଦି ଶଙ୍କରାଚାର୍ଯ୍ୟ ବିରଚିତ ଶ୍ରୀଶିବାଷ୍ଟକମ୍ ପାଠ କରିଥିଲେ। ଏହି ଅବସରରେ ବିଶେଷ ପୂଜା ଅନୁଷ୍ଠିତ ହେବା ସହ ମହାଦେବଙ୍କୁ ଜଳାଭିଷେକ କରାଯାଇଥିଲା। ମଠର ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ ଓ ସେବକ ଟିକେ ଗଉଡ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ରଜନି ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ ପ୍ରମୁଖ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୋଲିସ ମୁତୟନ ହୋଇଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ ଓ ଜଣାଶୁଣା କବି ରବିପ୍ରିୟ ଦାଶ

Sunil Chandra Nayak

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

masiha

ପୁରୁଷ ଶୂନ୍ୟ ଉଦୟପୁର ଗ୍ରାମ !!

Sunil Chandra Nayak

Leave a Comment

error: Content is protected !!