ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ !କଙ୍କଡାବେଡା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ରୁ ଗଳୁଛି ପାଣି ; ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଭିଭାବକ ଛୁଆ ମାନଙ୍କୁ ଛାଡୁ ନାହାନ୍ତି 

ଵିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ !କଙ୍କଡାବେଡା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ରୁ ଗଳୁଛି ପାଣି ; ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଭିଭାବକ ଛୁଆ ମାନଙ୍କୁ ଛାଡୁ ନାହାନ୍ତି 

ମୟୂରଭଂଜ – ୩/୦୮ —  ସରକାର କହୁଛନ୍ତି ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ଯନ୍ତ ଅଙ୍ଗନବାଡି ଅଭିଯାନ କେନ୍ଦ୍ର ପରିଦର୍ଶନ । କିନ୍ତୁ ବାସ୍ତବରେ ବହୁ ଅଙ୍ଗନବାଡି କେନ୍ଦ୍ର ଅସୁରକ୍ଷିତ ।ଛାତରୁ ପ୍ଲାଷ୍ଟିକ ଖସୁଛି ତ ପାଣି ଗଳୁଛି ।ଲଗାଣ ବର୍ଷା ଦୁଇ ମାସ ଧରି ଚାଲିଛି ।ଜଗତରୁ ପାଣି ରଖିବା ଯୋଗୁଁ ନିଜର ଛୋଟ ଛୋଟ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ।ତେଣୁ ପିଲାମାନେ ଶିକ୍ଷାଲାଭରୁ ବଞ୍ଚିତ ହେବା ସହ ସୁଷମ ଖାଦ୍ୟ ରୁ ବଞ୍ଚିତ ହେଉଛନ୍ତି ।

ଶିକ୍ଷାଦାନରେ ବାଧା ସାଜିଛି ପାଣି, ସରକାର ମହିଳା ଓ ଶିଶୁ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।କିନ୍ତୁ ଭିତ୍ତିଭୂମି ଅସୁରକ୍ଷିତ ଯୋଗୁଁ ତାହା ତୃଣମୂଳ ସ୍ତରରେ ବାସ୍ତବ କାର୍ଯ୍ୟକାରୀ ହେଉନାହିଁ ।ଅଙ୍ଗନବାଡ଼ି କେନ୍ଦ୍ରର ବିପଦ ଶଙ୍କୁଳ ଘରେ ପାଣିରେ ବସୁଛନ୍ତି ଛାତ୍ର ଛାତ୍ରୀ । କେତେବେଳେ କେଉଁଠାରେ ପାଠ ପଢ଼ାଯିବ ତାକୁ ନେଇ ଚିନ୍ତାରେ ଅଙ୍ଗନବାଡି କର୍ମୀ । ତେବେ ଏଇ କୁନି କୁନି ଛାତ୍ରଛାତ୍ରୀଙ୍କ ଅବସ୍ଥା ନ କହିବା ଭଲ । ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକର ଚଢେଇ ପାହାଡି ପଂଚାୟତ ର କଙ୍କଡା ବେଡା ଅଙ୍ଗନବାଡି କେନ୍ଦ୍ର । ଏହି କେନ୍ଦ୍ର ନିମନ୍ତେ ଥିବା ଶ୍ରେଣୀଗୃହ ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ କାଳ ସାଜିଛି ।ଅସରାଏ ବର୍ଷାରେ ଘର ଭିତରେ ପାଣି ଭର୍ତ୍ତି ହୋଇଯାଉଛି । ଏପରି ସମସ୍ୟାକୁ ନେଇ ଅଚ଼ଳାବସ୍ଥା ଦେଖିବାକୁ ମିଳିଛି ।ଛାତ ରୁ ପାଣି ଗଳୁଛି l ଏହି କେନ୍ଦ୍ରଟି ଏବେ ଏହା ବିପଦଶଙ୍କୁଳ ହୋଇପଡିଛି । ଏଠାରେ ଆବଶ୍ୟକ ଘର ନଥିବାରୁ ଗୋଟିଏ ଘରେ ଜାକିଯୁକି ହୋଇବସୁଛନ୍ତି । ସାମାନ୍ୟ ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ପାଣି ପସିଯାଉଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । କିନ୍ତୁ ଶିକ୍ଷାଦାନ ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସେହି ବିପଦ ଶଙ୍କୁଳ ଘରେ ଚାଲିଛି ଶିକ୍ଷାଦାନ । ଅସରାଏ ବର୍ଷା ହେଲ ପିଲାମାନେ କେନ୍ଦ୍ର କୁ ଆସୁନାହାନ୍ତି ।ତେଣୁ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ପାଇଁ ଗ୍ରାମବାସୀ ଦାବି କରୁଛନ୍ତି 

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

ବେଦାନ୍ତ କମ୍ପାନୀ ଓ ଓ.ଏମ୍.ସି ବିରୁଦ୍ଧରେ ରାଲି କରି ଗର୍ଜିଲେ ଅଞ୍ଚଳ ବାସୀ

Sunil Chandra Nayak

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!