ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ରାକ୍ଷୀ ର ସମ୍ଭାର ,ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଓ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ 

ନିଆରା ରାକ୍ଷୀ ର ସମ୍ଭାର ,ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଓ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ 

ନବରଙ୍ଗପୁର:( ତା ୪.୮.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ତହସିଲଦାର କାର୍ଯ୍ୟାଳୟ ନିକଟସ୍ଥ ଓର୍ମାସ ସହଯୋଗରେ ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ବିଭିନ୍ନ ଶସ୍ୟ ତଥା ସ୍ଥାନୀୟ ପରିବେଶ ଅନୁକୂଳ ହାତ ତିଆରି ରାକ୍ଷୀ ପ୍ରସ୍ତୁତ ପୂର୍ବକ ଏକ “ନିଆରା ରାକ୍ଷୀ ର ସମ୍ଭାର” ରାକ୍ଷୀ ବିକ୍ରୟ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। କୋଷାଗୁମୁଡ଼ା ବ୍ଲକର ଧନଲକ୍ଷ୍ମୀ ,ଭୈରବୀ ଓ ମହିମା ସ୍ଵଂୟ ସହାୟକ ମହିଳା ଗୋଷ୍ଠୀ ସଭ୍ୟ ଙ୍କ ଦ୍ଵାରା ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଛି।ଏହା ରାକ୍ଷୀ ନିରନ୍ତର ବିକାଶ ର ପରିଚୟ ସହ ଜୈବିକ କ୍ଷୟଯୋଗ୍ୟ ଓ କ୍ଷତିକାରକ ବର୍ଜ୍ୟ ବସ୍ତୁ ପ୍ରତିରୋଧକ ଅଟେ।ଏହି ରାକ୍ଷୀ ବିକ୍ରୟ କେନ୍ଦ୍ର କୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଉଦ୍ଘାଟନ କରିଥିଲେ ଏବଂ ରାକ୍ଷୀ ପ୍ରସ୍ତୁତ କରିଥିବା ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।ମାନ୍ୟବର ବିଧାୟକ ନିଜ ବକ୍ତବ୍ୟରେ ମା ମାନଂକ ଦ୍ଵାରା ପ୍ରସ୍ତୁତ ରାକ୍ଷୀ କୁ କିଣିବା ଓ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ନବରଙ୍ଗପୁର, ସହକାରୀ ସି ଇ ଓ,ଓରମାସ ଏ. ଉମା ମହେଶ,ଡି ଆଇ ପି ଆର୍ ଓ ମନୋଜ ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ,ଉପ ନିର୍ଦ୍ଦେଶକ ଯୋଜନା ଓ ସମନ୍ବୟ ଏଶ୍ଚର୍ଯ୍ୟ ଭଞ୍ଜ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୟୁରଭଞ୍ଜ ଜିଲ୍ଳାରେ ୧୨ଗୋଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅନୁଷ୍ଠିତ ହେବ ଅଗ୍ନିବୀରବାୟୁ ନିଯୁକ୍ତି ରାଲି

Sunil Chandra Nayak

ରାଜନଗର ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

୧୪ ବର୍ଷ ଚାକିରୀ କଲାପରେ ହେଇପାରିଲାନି ନିୟମିତତା , ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଚାଲିଗଲେ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!