ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

ରାଉରକେଲା: ରାଉରକେଲା ସହରର ଅନ୍ୟତମ ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର-୭ ସ୍ଥିତ ସଂସଦ କାର୍ଯ୍ୟାଳୟଠାରେ ସ୍ୱଭାବ ଗଙ୍ଗାଧର ମେହେର ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱଭାବ କବିଙ୍କ ରଚିତ ବିଭିନ୍ନ କବିତାଗୁଡ଼ିକୁ ନିଜ ନିଜ ଢଙ୍ଗରେ ଆବୃତ୍ତି କରିଥିଲେ। ପ୍ରତିଯୋଗିତା ଆରମ୍ଭରେ ସଂସଦର ସାଧାରଣ ସମ୍ପାଦକ ମନୋଜ ନନ୍ଦ ପ୍ରତିଯୋଗିତାର ନିୟମ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ବିଚାରକ ଭାବେ ବରିଷ୍ଠ ଶିକ୍ଷାବିତ୍‌ ତଥା ଲେଖିକା ମଞ୍ଜୁଳା କୁମାରୀ ରଥଙ୍କ ସମେତ କବି ଗୀତାରାଣୀ ବେହେରା, ସୁଚିତ୍ରା ଲେଙ୍କା ଏବଂ ପଦ୍ମାରାଣୀ ବେହୁରା ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସଂସଦ ପକ୍ଷରୁ ବରିଷ୍ଠ ସଦସ୍ୟ ତ୍ରିଲୋଚନ ମଥାନ, ରଙ୍କନିଧି ସେଠୀ, ଉପେଦ୍ର ବସ୍ତିଆ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୭ଜଣ ପ୍ରତିଯୋଗୀଙ୍କୁ ଚଳିତ ମାସ ୧୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଅବସରରେ ପୁରସ୍କୃତ କରାଯିବ। ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଏହାର ଲେଖକ ଓ ଲେଖିକାଙ୍କ ସମ୍ପର୍କରେ ସୂଚନା ଆଦାନ ପ୍ରଦାନ କରାଯିବା ଉଦ୍ୟମ ହେଉଛି ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ରେ ଗ୍ରାହକ ସେବା ବ୍ୟାହତ / ବିଜାତଳା ବ୍ୟାଙ୍କ ରେ ଗ୍ରାହକ ହନ୍ତସନ୍ତ 

masiha

ସଂଯୁକ୍ତ କିସାନ୍ ମର୍ଚ୍ଚାର ଦାବିପତ୍ର ପ୍ରଦାନ

Sunil Chandra Nayak

ଓଡିଶା ଡ୍ରାଇଭର୍ ମହାସଂଘ ତରଫରୁ ସହାୟତା ରାଶି ଓ ରେସନ ସମାଗ୍ରୀ ମୃତକ ଡ୍ରାଇଭରଙ୍କ ପରିବାରକୁ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!