ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଆସିକା,୫/୮/୨୫ — ରାଜ୍ୟର କେତେକ ଅଞ୍ଚଳରେ ରେ ଦେଖାଦେଇଥିବା ଆଇନଶୃଙ୍ଖଳା ଓ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜାରି ରଖିଛି ବିଜେଡି । ଏଥର କିନ୍ତୁ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ରାଜ୍ୟର କେତେକ ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ବିଶେଷକରି ଛାତ୍ରୀ ଓ ମହିଳାଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲିର ବିଧାୟକ ଡଃ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀର ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ଆହ୍ୱାନକ୍ରମେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସୋମବାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଗହଣରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଆସିକା ଥାନା ଅଧିକାରୀ କୁଳମଣି ସେଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମଂଜୁଳା ସ୍ଵାଇଁଙ୍କ ପରାମର୍ଶ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି . ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସ୍ମାରକପ‌ତ୍ର ପ୍ରଦାନ ଅବସରରେ ତାଲୁକା ଛକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ ଓ ବରିଷ୍ଠ ବିଜେଡି ନେତା ଭବାନୀକାନ୍ତ ସାହୁ ଏବଂ ଜୟସେନ ସ୍ଵାଇଁ ଯୋଗଦେଇ ୧୩ ମାସର ବିଜେପି ଶାସନରେ ରାଜ୍ୟର କେତେକ ଅଞ୍ଚଳରେ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ସହିତ ନାରୀ ନିର୍ଯ୍ୟାତନା ଦିନକୁ ଦିନ ଯେଉଁଭଳି ଭାବେ ବୃଦ୍ଧି ପାଇଚାଲିଛି ତାହାକୁ ନେଇ ଗଭୀର ଉଦ‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଛାତ୍ରୀ ଓ ନାରୀମାନଙ୍କୁ ସୁରକ୍ଷା ଦିଆନଯିବା ପର୍ଯ୍ୟନ୍ତ ବିଜୁ ଛାତ୍ର-ଯୁବ ଜନତା ଦଳର ଏହି ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିବା ସାଙ୍ଗକୁ ଗତ କିଛି ଦିନ ତଳେ ଗୋପାଳପୁର ବେଳାଭୂ ମୀରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ଠାରୁ ଆର ମ୍ଭ କରି ବାଲେ ଶ୍ଵ ର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ର ପ୍ରତିବାଦ ସାଙ୍ଗକୁ ଛାତ୍ରୀ ଓ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀକରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ନାରୀ ଏବଂ ଛାତ୍ରୀଙ୍କୁ ସୁରକ୍ଷା ଦାବୀରେ ରାଜ୍ୟ ନେତୃବୃନ୍ଦଙ୍କ ଆହ୍ୱାନକ୍ରମେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକେଶ୍ୱର ପରିଡା, ଭରତ ନାହାକ, ଅରୁଣ ଦଳେଇ, ସଂଜୟ କୁମାର ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, ନିଳାଞ୍ଚଳ । ମଣ୍ଡଳ, ଅନନ୍ତ ରଂଜ, କାହ୍ନୁଚରଣ । ଦଳେଇ, ମଧୁସୂଦନ ସ୍ୱାଇଁ, ଶ୍ଵେତବସନ୍ତ ଲେଙ୍କା, ନରେନ୍ଦ୍ର ନାହାକ, ଟୁକୁନା ନାହାକ, ସଂଜୀବ ମହାରଣା, ସନାତନ ବିଶ୍ୱାଳ, ପ୍ରିୟବ୍ରତ ପାତ୍ର, ସିମାଞ୍ଚଳ ସ୍ୱାଇଁ, ମିଟୁ ନାହାକ, ପୂର୍ଣ୍ଣ ଗୌଡ, ଭଗବାନ ବିଶ୍ୱାଳ, ଟୁନା ନାହାକ, ଶିବ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ, ଆଶିଷ ଜେନା, ସାଗରିକା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ଜଗବନ୍ଧୁ ମହାରଣା, ଶୁଭମ ନାୟକ, ବବୁଲୁ ପ୍ରଧାନ, ଚନ୍ଦନ ଗୌଡ, ରାହୁଳ ଦୋରା, ଶଙ୍କର ନାହାକ, ବଳରାମ ଆପଟ, ସମୀର ସ୍ଵାଇଁ, ରାଜା ଗୌଡ, ମାନସ ସ୍ଵାଇଁ, ଶୁଭମ ପାତ୍ରଙ୍କ ସମେତ ବିଜୁ ଛାତ୍ର ଯୁବ ଜନତା ଦଳର ବହୁ ଦଳୀୟ ନେତା ଓ ବହୁ ଛାତ୍ରନେତା ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

କର୍ଲାଗୁଡା ଖୁଦ୍ର ଜଳସେଚନ ପ୍ରକଳ୍ପରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା ଯୁବକ ମୃତ 

masiha

ବନ୍ଧିତ ଭତ୍ତା ବିତରଣ ସମାରୋହ

masiha

Leave a Comment

error: Content is protected !!