ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆକାଉଣ୍ଟ ରୁ କଟିଗଲା ୫ଲକ୍ଷ ୪୯ ହଜାର ୯ଶହ ୯୫ ଟଙ୍କା  ଡିଜିଟାଲ ଠକେଇର ଶିକାର ହେଲେ ବୟସ୍କ ନାଗରିକ 

ଆକାଉଣ୍ଟ ରୁ କଟିଗଲା ୫ଲକ୍ଷ ୪୯ ହଜାର ୯ଶହ ୯୫ ଟଙ୍କା 

ଡିଜିଟାଲ ଠକେଇର ଶିକାର ହେଲେ ବୟସ୍କ ନାଗରିକ 

କାମାକ୍ଷାନଗର (ମନିସ)5/8/25 — ନିଜ ଏସବିଆଇ ୟୋନୋ ଆକାଉଣ୍ଟ ର ପାସୱାର୍ଡ ଚେଞ୍ଜ କରୁଥିବା ବେଳେ ଡିଜିଟାଲ ଠକେଇ ର ଶିକାର ହେଲେ ବୟସ୍କ ନାଗରିକ l ଆକାଉଣ୍ଟ ରୁ କଟିଗଲା ୫ଲକ୍ଷ ୪୯ ହଜାର ୯ ଶହ ୯୫ ଟଙ୍କା l ଏପରି ଦେଖିବାକୁ ମିଳିଛି କାମାକ୍ଷାନଗର ସହର ର ୬ ନମ୍ବର ୱାର୍ଡ ରେ l କୀର୍ତ୍ତନ ବିଶ୍ୱାଳ ନାମକ ଜଣେ ବୟସ୍କ ନାଗରିକ ନିଜ ମୋବାଇଲ ରେ ୟୋନୋ ଆକାଉଣ୍ଟ ର ପାସୱାର୍ଡ ପରିବର୍ତ୍ତନ କରିବାକୁ ଚାଁହୁଥିଲେ l ସେ ନିଜ ମୋବାଇଲ ରେ ଏ ସମ୍ପର୍କ ରେ ଦେଖୁଥିବା ବେଳେ ତାଙ୍କ ଫୋନ କୁ ଏକ ଲିଙ୍କ ଆସିଥିଲା l ପରେ ଉତ୍ସୁକତା ବଶତଃ କୀର୍ତ୍ତନ ସେହି ଲିଙ୍କ କୁ ଖୋଲିବା ପରେ ତାହା ୟୋନୋ କଷ୍ଟମର କେୟାର ତରଫରୁ ହୋଇଥିବା ନେଇ ସୂଚନା ମିଳିଥିଲା l ଏଥିରେ ନିଜ ଆଧାରକାର୍ଡ, ବ୍ୟାଙ୍କ ପାସବୁକ ନମ୍ବର ଇତ୍ୟାଦି ପ୍ରଦାନ କଲେ ୟୋନୋ ଆକାଉଣ୍ଟ ର ପାସୱାର୍ଡ ପରିବର୍ତ୍ତନ ହୋଇପାରିବା ନେଇ ମେସେଜ ଆସିଥିଲା l ମେସେଜ ଅନୁସାରେ କ୍ଲିକ କରିବା ପରେ କୀର୍ତ୍ତନ ଙ୍କ whatsapp ରେ ୟୋନୋ ଲୋଗୋ ଥିବା ଏକ ମେସେଜ ଆସିବା ସହ ଏକ ଅଜଣା ନମ୍ବର ରୁ ତାଙ୍କୁ ଫୋନ ଆସିଥିଲା l ଫୋନ ରିସିଭ କରିବାର କିଛି ସମୟ ପରେ କୀର୍ତ୍ତନ ଙ୍କ ୟୋନୋ ଆକାଉଣ୍ଟ ର ପାସୱାର୍ଡ ପରିବର୍ତ୍ତନ ହୋଇଥିବା ବେଳେ ହଟାତ ତାଙ୍କ ଫୋନ ହ୍ୟାକ ହୋଇ ଯାଇଥିଲା l ଫଳରେ ଫୋନ କୁ କୌଣସି କଲ କିମ୍ବା ମେସେଜ ଆସିପାରିନଥିଲା l ଏ ବିଷୟରେ ଜାଣିବା ପରେ କୀର୍ତ୍ତନ ନିକଟରେ ଥିବା ଏକ ମୋବାଇଲ ଦୋକାନ କୁ ଯାଇ ନିଜର ଫୋନ ମରାମତି କରାଇବା ପରେ ତାଙ୍କ ଆକାଉଣ୍ଟ ରୁ ତିନିଥର ରେ ୫ ଲକ୍ଷ ୪୯ ହଜାର ୯ ଶହ ୯୫ ଟଙ୍କା କଟିଯାଇଥିବା ସେ ଜାଣିବାକୁ ପାଇଥିଲେ l ଏହା ଜାଣିବାପରେ ସେ ତୁରନ୍ତ ନିକଟରେ ଥିବା ଏସବିଆଇ ଶାଖା କୁ ଯାଇ ନିଜ ଆକାଉଣ୍ଟ ର ଷ୍ଟେଟମେଣ୍ଟ ଆଣିବା ସହ ଆକାଉଣ୍ଟ କୁ କ୍ଲୋଜ କରାଇଥିଲେ l ଆକାଉଣ୍ଟ ରୁ ଟଙ୍କା କଟିବାନେଇ ଜାଣିବାପରେ ସେ ଡିଜିଟାଲ ଠକେଇ ର ଶିକାର ହୋଇଥିବା ଜାଣିପାରି ତୁରନ୍ତ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି l ଏ ସମ୍ପର୍କ ରେ ପୋଲିସ ସାଇବର କେସ କରି ଅଧିକ ତଦନ୍ତ ଆରମ୍ଭ କରିଛି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା

masiha

ଏକାଧିକ ଦଫା ନେଇ ଉତ୍କଳ କାରଖାନା ସେକ୍ୟୁରୀଟି ଜିଏମ ଗିରଫ

Sunil Chandra Nayak

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ଗିରଫ ସହ ୯ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!