ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

ଡାବୁଗାଁ, ୭/୮ (ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଚାଲ ସ୍କୁଲ ଯିବା ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ, ଜୟନ୍ତୀନଗର ଦେଇ ବିଦ୍ୟାଳୟ ରେ ପହଞ୍ଚି ଥିଲେ | ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଯଥା:- ସ୍କୁଲ ଯିବା ଆସ- ସ୍କୁଲରେ ଯାଇ ପାଠ ପଢିବା, ଆମ ଭବିଷ୍ୟତ ଆମ ହାତେ – ସ୍କୁଲ ଯିବା ଆସ ଆମେ ସମସ୍ତେ, ପାଢୀଥିଲେ ପାଠ ୨ ଅକ୍ଷର -ସବୁଠି ରହିବ ଆମ ଆଦର, ଚାଲ ଆମେ ସବୁ ପଢିବା ପାଠ- ପାଠ ଦେଖାଇବ ଆଗକୁ ବାଟ, ସରକାରଙ୍କ ଏହି ଆହ୍ଵାନ-ଆସ ସ୍କୁଲ ଯିବା କରିବା ପଣ, ବାପା ମାଆ ସବୁ କଥାଟି ଶୁଣ- ବିଦ୍ୟାଳୟକୁ ତୁମ ପିଲାଙ୍କୁ ଆଣ, କହି କହି ଆମେ ଯାଉଛୁ ଭାଇ- ଅଧାରୁ ପାଠ କେ ଛାଡିବା ନାହିଁ, ମାଆ ଭଉଣୀଙ୍କୁ ଆମ ନିବେଦନ- ଶିକ୍ଷା ପାଇଁ ସଦା ହୁଅ ସଚେତନ, ଜିରୋ ଡ୍ରପଆଉଟ ଆମରି ହାତେ – ପାଠ ପଢିଯିବା ଆମେ, ଜିରୋରୁ ଅଠର ପିଲା ସମସ୍ତେ – ପାଠ ପାଢୀ ସବୁ ହେବା ଶିକ୍ଷିତ ଓ ଆମ ବିଦ୍ୟାଳୟ ଆମରି ପାଇଁ- ନାମ ଲେଖାଇବା ସମସ୍ତେ ଯାଇ ଭଳି ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରୀ ଛାତ୍ର ମାନେ ସଚେତନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଜିରୋ ଡ୍ରପଆଉଟ | ସବୁ ପିଲା କିପରି ସ୍କୁଲ ଆସିବେ ଓ ଡ୍ରପଆଉଟ ପିଲା ମଧ୍ୟ ବିଦ୍ୟାଳୟରେ ନାମ କେହାଇ ପାଠ ପଢିବେ | ଏଥିରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନୌଜ କୁମାର ମହାପାତ୍ର, ଶିକ୍ଷୟତ୍ରୀ ମାଧୁସ୍ମିତା ନାୟକ, ବର୍ଷାରାଣୀ ରାଉତ, ଶିକ୍ଷକ ହେମନ୍ତ କୁମାର ସାମଲ, ସପନ ନାୟକ, ରାମାକାନ୍ତ ଲେଙ୍କା, ଶେଖର ସାହୁ, ପ୍ରଫୁଲ ମେହେରା ଓ ଛାତ୍ରୀଛାତ୍ର ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

1989 କଲେଜ ବ୍ୟାଚର ବିଦ୍ୟାର୍ଥୀ ମାନଙ୍କର ବନ୍ଧୁ ମିଳନ ସମାରୋହ 

Sunil Chandra Nayak

ରାଇରଙ୍ଗପୁର କେରଳା ପବ୍ଲିକ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ୧୦ ମ ବୋର୍ଡର ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ସଫଳତା 

Sunil Chandra Nayak

ରାୟଗଡ଼ା ବ୍ଲକରେ ନୂତନ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ

Leave a Comment

error: Content is protected !!