ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ାମହୁଲ ଗ୍ରାମରେ ୯୫ ତମ ବାର୍ଷିକ ଟୁସୁମେଳା ଧୂମଧାମରେ ଅନୁଷ୍ଠିତ

ଯୋଡ଼ାମହୁଲ ଗ୍ରାମରେ ୯୫ ତମ ବାର୍ଷିକ ଟୁସୁମେଳା ଧୂମଧାମରେ ଅନୁଷ୍ଠିତ

 ମୟୂରଭଞ୍ଜ-୧୫/୦୧ ( ମସିହା)କୁଡୁମୀ ସଂପ୍ରଦାୟର ଆରାଧ୍ୟ ଦେବୀ ଟୁସୁ ଦେବୀ ।ମୋଗଲ ମାନଙ୍କ ଆକ୍ରମଣରେ ନିଜର ସତୀତ୍ୱ ରକ୍ଷା କରିବା ପାଇଁ ସେ ନଦୀକୁ ଝାସ ଦେଇଥିଲେ । ତେଣୁ ତାଙ୍କ ସ୍ମୃତିକୁ ଉଜ୍ଜୀବୀତ ରଖିବା ପାଇଁ କୁଡୁମି ସମାଜ ପକ୍ଷରୁ ଟୁସୁ ଦେବୀଙ୍କୁ ମକର ସଂକ୍ରାନ୍ତିରେ ପୂଜାର୍ଚ୍ଚନା କରାଯାଇଥାଏ। ମୟୂରଭଞ୍ଜ ଜିଲ୍ଲାର ମକର ପର୍ବ ହେଉଛି ଗଣପର୍ବ । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏହାକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥାନ୍ତି ।କୁଡୁମୀ ସମାଜ ପକ୍ଷରୁ ଆକର୍ଷଣୀୟ ମୃଣ୍ମୟ ଟୁସୁ ଦେବୀ ନିର୍ମାଣ କରାଯାଇ ଏକ ସୁସଜ୍ଜିତ ରଥରେ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିବା ଟୁସୁମେଳାରେ ପ୍ରଦର୍ଶିତ କରା ଯାଇଥାଏ । ଏଥିପାଇଁ ଆୟୋଜକ କମିଟି ତରଫରୁ କିଛି ପ୍ରୋତ୍ସାହନ ପୁରସ୍କୃତ ରାଶି ଦିଆ ଯାଇଥାଏ । ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ଯୋଡାମହୁଲ ଟୁସୁମେଳା କମିଟି ତରଫରୁ ସୋମବାର ଦିନ ତଥା ପ୍ରତିବର୍ଷ ଭଳି ମକର ସଂକ୍ରାନ୍ତି ଦିନ ଟୁସୁମେଳା ଆୟୋଜିତ ହୋଇଥାଏ ।ଆଜି ଯୋଡାମହୁଲ ଗ୍ରାମ ପଡ଼ିଆରେ ୯୫ ତମ ବାର୍ଷିକ ଟୁସୁମେଳାରେ ବିଭିନ୍ନ ଅଂଚଳର ଛୋଟ ବଡ଼ ଟୁସୁ ଏହି ଟୁସୁମେଳା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି,ଆଲୋକ ସଜ୍ଜା ଏବଂ କମିଟିର ଆବାଳ ବୃଦ୍ଧ ବନିତା ହାତକୁ ହାତ ଛନ୍ଦି ବିଜେ ଗୀତର ତାଳେ ତାଳେ ପାରଂପରିକ ନୃତ୍ୟ ପରିବେଷଣ କରିଥିଲେ ।ଏହି ଟୁସୁମେଳାରେ ଟୁସୁ ଦେବୀଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଆଖପାଖ ଅଂଚଳରୁ ଦେଖିବାକୁ ଛୁଟି ଆସିଥିଲେ ।ଏହି ଟୁସୁ ମେଳାରେ ୧ ମ – ରେଙ୍ଗଲବେଡା ୨ୟ-,ଵୁଧିଆକୁଦର,୩ ୟ-ବାଇଦାପୋଷି,୪ ର୍ଥ-ପୁଖୁରିଆ( ଉପରସାହି) ,୫ ମ-ଡମଗଡା,୬ ଷ୍ଠ – ପୋଖରିଆ ତଳସାହି,୭ ମ- ବଡ଼ ବାଇକଳା ,୮ ମ – ବୁଦ୍ଧିଆକୁଦର ( ତଳସାହି) ,,୯ ମ- ଅଁଳାଡୁବା,୧୦ ମ ଯୋଡାମହୁଲ ଚୟନକର୍ତଆଙ୍କ ଦ୍ଵାରା ଚୟନ ହୋଇଥିଲା । ଅତିଥିଗଣଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଏହି ଟୁସୁମେଳାରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ରଜନୀକାନ୍ତ ବିନ୍ଧାଣୀ, ସମ୍ମାନିତ ଅତିଥି ମଳୟ ରାଜ,ମୋକିନାଥ ମାଝୀ,ଲାଲା ମାହାଲି,ଧନୀ ମାର୍ଣ୍ଡୀ ପ୍ରମୁଖ ଯୋଗ ଦେଇ ଟୁସୁର ପରଂପରା ଓ ସଂସ୍କୃତିର ପ୍ରଶଂସା କରିଥିଲେ ।କାର୍ଯ୍ଯକ୍ରମ ପରିଚାଳନାରେ ସଭାପତି ଶରତ ମହାନ୍ତ, ଯୋଗେନ୍ଦ୍ର ମହାନ୍ତ,ସଂପାଦକ ରାଜ୍ କୁମାର ମହାନ୍ତ, କାର୍ତ୍ତିକ ସିଂ,ଆକାଶ ମହାନ୍ତ,ଗୁଣ୍ଡୁ ମହାନ୍ତ ସମେତ କମିଟିର ସଭ୍ଯଵୃନ୍ଦ, ଗ୍ରାମବାସୀ ଅକୁଣ୍ଠ ସହଯୋଗ କରିଥିଲେ ।ଆୟୋଜକ ଲବ୍ର ମହାନ୍ତ ଏବଂ ପରମେଶ୍ବର ବିନ୍ଧାଣୀ ୯୫ ତମ ବାର୍ଷିକ ଟୁସୁମେଳା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ଦର୍ଶକ, ଗ୍ରାମବାସୀ,ଟୁସୁମେଳା କମିଟିକୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଖାତିଗୁଡା ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵ ଦବି ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

masiha

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

Leave a Comment

error: Content is protected !!