ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ବ୍ଲକ ର ବିଭିନ୍ନ ଅଧିକାରୀ ସମ୍ମାନୀତ 

ଜିଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ବ୍ଲକ ର ବିଭିନ୍ନ ଅଧିକାରୀ ସମ୍ମାନୀତ 

ଡାବୁଗାଁ, ୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ସଦରମହକୁମାସ୍ଥିତ ପୋଲିସ ପଡିଆ ଠାରେ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଜିଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଶେଷ ଦିନରେ ଶୁକ୍ରବାର ଡାବୁଗାଁ ବ୍ଲକ ର ବିଭିନ୍ନ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଛି | ଏଥିରେ ସଫଳତା ହାସଲ କରିଥିବା ଆକାଂକ୍ଷା ବ୍ଲକ ଓ ସ୍ଥାନୀୟ ଅଞ୍ଚଳର ବିକାଶ କୁ ପ୍ରୋତ୍ସାହିତ କରିବା, ସ୍ଵାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ସମ୍ବନ୍ଧୀୟ ସୁଚାଙ୍କ କୁ ପରିପୂର୍ଣ୍ଣତା ହାସଲ କରିଥିବା ଆକାଂକ୍ଷା ବ୍ଲକ କୁ ସମ୍ମାନୀତ କରିବା ସମ୍ପୂର୍ଣ୍ଣତା ଅଭିଯାନ ର ଅଂଶ ବିଶେଷ । ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ତ୍ରୈମାସିକ ଗର୍ଭବତୀ ଓ ଶିଶୁଙ୍କ ଟୀକାକରଣ, ପୋଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ବିଦ୍ୟାଳୟରେ ପୁସ୍ତକ ବଣ୍ଟନ, ସ୍କୁଲରେ ବିଦ୍ୟୁତକରଣ, ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗର ସ୍କ୍ରିନିଂ, ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପାଥେୟ କରି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ୬ ଟି ସୂଚାକାଙ୍କ ପରିପୂର୍ଣ୍ଣତା ଲାଭ କରିଥିବାରୁ ପୂର୍ବରୁ ରାଜ୍ୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଡାବୁଗାଁ ବ୍ଲକ କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ | ଏହି କ୍ରମରେ ପ୍ରଥମ ଦିନରେ ଡାବୁଗାଁ ବିଡିଓ ଶରତ ମାଝି, ସିଡିପିଓ ମିନତୀ ଦାଶ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା ଙ୍କୁ ଜିଲପାଳ ସମ୍ମାନୀତ କରିଥିଲେ | ଶୁକ୍ରବାର ଶେଷ ଦିନରେ ବ୍ଲକ ଅଧୀନରେ କାର୍ଯ୍ୟରତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶୁଭାଶିଷ ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଙ୍କୁ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ସମ୍ମାନୀତ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗରିବ ଚାଷୀଙ୍କୁ ପ୍ରକୃତିର ପ୍ରହାର ବନ୍ୟା ଉଜାଡ଼ିଦେଲା ଚାଷୀଙ୍କ ସ୍ୱପ୍ନ, ହେକ୍ଟର ହେକ୍ଟର ଚାଷଜମି ଏବେ ବାଲିଚର, ଚିନ୍ତାରେ ଚାଷୀ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

Sunil Chandra Nayak

Leave a Comment

error: Content is protected !!