ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା

ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

 ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଶୁକ୍ରବାର ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଆମପାଣି ଜୋନ ର ଡୁଡୁକାଠେଙ୍ଗା ଓ ମହିମା ପଞ୍ଚାୟତ ର ଧୋବେନ ଚଞ୍ଚରା, ମୁନୁଗା ପଦର, ବନ୍ଧପଡା, ଦର୍ଲୀପଡା, ଡୁଡୁକାଠେଙ୍ଗା,ଖଲିଗଡ଼ ଓ ମହିମା ପଞ୍ଚାୟତ ର ଡେଙ୍ଗାଗୁଡା,ଘଣ୍ଟିଗୁଡା, ଭୁର୍ଷାଗୁଡା ଗ୍ରାମ ରେ ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କୁ ଭେଟି ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା,ଚାଷି ଙ୍କ ସମସ୍ୟା, ପାନୀୟ ଜଳ, ଗମନାଗମନ, ଶିକ୍ଷା,ସ୍ୱାସ୍ଥ୍ୟ ସେବା ଭଳି ପ୍ରମୁଖ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ଓ ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରୁ ବିଭାଗୀୟ ଅଧିକାରୀ ଙ୍କୁ ଫୋନ ରେ ଯୋଗାଯୋଗ କରି ଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଧୋବେନ ଚଞ୍ଚରା ଠାରେ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ରେ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଉଥିବା ପୋଷଣ ଯୁକ୍ତ ଖାଦ୍ୟ ଓ ଶିକ୍ଷା ସମ୍ବନ୍ଧିତ ତଦାରଖ କରିଥିଲେ।

ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ ପଞ୍ଚାୟତ ର ଦଲ୍ଲୀପଡା ଛକ ରୁ ଧୋବେନ ଚଞ୍ଚରା ପର୍ଯ୍ୟନ୍ତ ୮ କିମି ରାସ୍ତା କୁ ସଡକ ଯୋଜନା ରେ ସାମିଲ, ଉଚ୍ଚ ବିଦ୍ୟାଳୟ ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଅନୁଦାନ,ଖଲିଗଡ଼ ରେ ମୋବାଇଲ ନେଟୱାର୍କ କାର୍ଯ୍ୟକ୍ଷମ, ବେହେରା ଡ୍ୟାମ ର ପଙ୍କଉଦ୍ଧାର, କବାଟଦର ଶିବ ମନ୍ଦିର ରେ ବିଦ୍ୟୁତ ସଂଯୋଗ, କଛାରପଡା ନାଲା ରେ ପୋଲ ନିର୍ମାଣ, ବନ୍ଧପଡା ରୁ ଶବର ପଡା ରାସ୍ତା ରେ ପୋଲ ନିର୍ମାଣ ଓ ଅନ୍ୟାନ୍ୟ ନେଇ ଏକ ଦାବିପତ୍ର ପ୍ରଦାନ ସହ ଯଥାଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି।

ବିଧାୟକ ଙ୍କ ଏହି ଜନ ସମ୍ପର୍କ ଯାତ୍ରା କୁ ବିଭିନ୍ନ ସ୍ଥାନରେ ଜନ ସାଧାରଣ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ ଙ୍କ ସହ ବରିଷ୍ଠ ନେତା ହରେକୃଷ୍ଣ ପଣ୍ଡା,ବନମାଳୀ ବାଗ,ଆମପାଣି ଯୋନ ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ତୁଲାରାମ ନାଏକ,ଦ୍ରୋଣାଚାର୍ଯ୍ୟ ପୁଝାରି,ମଣ୍ଡଳ ପ୍ରଭାରୀ ସନ୍ତୋଷ ମାଝୀ,ଚକ୍ରଧର ବେଶ୍ରା, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ମହିମା ସରପଞ୍ଚ ଇଶରାମ କୋଲଥିଆ,ବିଜେପି ର ଦଳୀୟ କର୍ମକର୍ତ୍ତା ମାନେ ଏହି ଯାତ୍ରା ରେ ସାମିଲ ହୋଇ ଲୋକଙ୍କ ସମସ୍ୟା ସମ୍ପର୍କରେ ବିଧାୟକ ଙ୍କୁ ଅବଗତ କରାଇଥିଲେ। ବିଧାୟକ ଙ୍କ ଦୁଆର ମୁହଁ ରେ ଅଭିଯୋଗ ଶୁଣାଣି ଓ ଜନ ସମ୍ପର୍କ ଯାତ୍ରା କୁ ନେଇ ଜନ ସାଧାରଣ ବିଧାୟକ ଙ୍କ ଏହି ପ୍ରୟାସ କୁ ପ୍ରସଂଶା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

masiha

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ “ଘୁଙ୍ଗୁର”ପାଳିତ

Sunil Chandra Nayak

ବିଦ୍ୟାଳୟ ପାଇଁ ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

Leave a Comment

error: Content is protected !!