ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଆଦିବାସୀ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଖେ୍ରୱାଲ ଜୁମିଡ଼”ତରଫରୁ ରକ୍ତଦାନ ଶିବିର ; ୪୫ ୟୂନିଟ ରକ୍ତ ସଂଗୃହୀତ 

ବିଶ୍ବ ଆଦିବାସୀ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଖେ୍ରୱାଲ ଜୁମିଡ଼”ତରଫରୁ ରକ୍ତଦାନ ଶିବିର ; ୪୫ ୟୂନିଟ ରକ୍ତ ସଂଗୃହୀତ 

ମୟୂରଭଂଜ – ୯/୦୮ — ଓଡ଼ିଶାର ଆଦିବାସୀ ସଂସ୍କୃତି ,ପରଂପରା,ଭାଷା,ସଂସ୍କୃତି ,କଳା ,ଲିପି ସାରା ବିଶ୍ବରେ ଅନନ୍ଯ । ଓଡ଼ିଶାରେ ବିଭିନ୍ନ ଜିଲ୍ଲାର କୋଣେ ଅନୁକୋଣେ ୬୪ ରୁ ଉର୍ଦ୍ଧ୍ବ ଜନଜାତିର ଲୋକେ ବସବାସ କରୁଛନ୍ତି । ସେହି ଜନଜାତିର ଜଣେ ମହିୟସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ଶିଖର ପଦ ଅଳଂକୃତ କରିଛନ୍ତି ।ଆଜି ଅଗଷ୍ଟ ୯ ସାରା ବିଶ୍ବରେ ଵିଭିନ୍ନ କୋଣେ ଅନୁକୋଣେ ରହୁଥିବା ଆଦିବାସୀମାନେ ବିଶ୍ବ ଆଦିବାସୀ ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି ।ମୟୂରଭଂଜ ତଥା ରାଇରଙ୍ଗପୁରର ଅଗ୍ରଣୀ ସ୍ଵେଛାସେଵୀ ଅନୁଷ୍ଠାନ “ଖେରଓ୍ବାଲ ଜୁମିଦ’ ତରଫରୁ ବିଶ୍ଵ ଆଦିବାସୀ ଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ।ଏହି ଅନୁଷ୍ଠାନର ସଦସ୍ୟ/ ସଦସ୍ୟମାନଙ୍କ ମିଳିତ ଆନୁକୁଲ୍ୟରେ ରାଇରଙ୍ଗପୁର ଉପଖଣ଼ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସାଂପ୍ରତିକ ପରିସ୍ଥିତିରେ ବିଭିନ୍ନ ଡାକ୍ତରଖାନାରେ ରକ୍ତ ସଙ୍କଟ ଦେଖାଯାଇଥିବାରୁ ରୋଗୀମାନେ ରକ୍ତ ପାଇଁ ବହୁ ଜୀବନ ମରଣ ସହିତ ଯୁଝି ହେଉଛନ୍ତି ।ପରିବାର ଲୋକେ ହନ୍ତସନ୍ତ ହେଉଛନ୍ତି ।ଏହାକୁ ଲକ୍ଷ୍ୟ କରି ‘ଖେରଓ୍ବାଲ ଜୁମିଦ ‘ ଆଜିର ଏହି ମହାନ ବିଶ୍ବ ଆଦିବାସୀ ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜନ କରିଥିଲା । ଏଥିରେ ୪୫ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।ପରେ ଅନୁଷ୍ଠାନ ତରଫରୁ ଉପଖଣ୍ଡ ଚିକିତ୍ସାଳୟରେ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅନୁଷ୍ଠାନର ସଦସ୍ୟ ଏଵଂ ରକ୍ତଦାତା ମାନଙ୍କୁ ବରିଷ୍ଠ ସଦସ୍ୟ ତଥା ମୁଖ୍ୟ ଆୟୋଜକ ତଥା ଓଡ଼ିଶା,ଝାଡ଼ଖଣ୍ଡ ଏଵଃ ପଶ୍ଚିମଵଙ୍ଗର ଖ୍ଯାତନାମା ବିଶିଷ୍ଟ ଆଦିବାସୀ ସଙ୍ଗୀତକାର ରାମଚନ୍ଦ୍ର ସୋରେନ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ଲେଫ୍ଟ ଆଉଟ ଗଣଶିକ୍ଷକ ସଂଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

Leave a Comment

error: Content is protected !!