ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ 

କାମାକ୍ଷାନଗର (ମନିସ)9/8/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଂଚାୟତ ମାଳପୁରା ଗ୍ରାମର ପିତା ବୈରାଗୀ ବିଶ୍ୱାଳ, ମାତା କଳ୍ପନା ବିଶ୍ୱାଳ ଙ୍କ ସୁ ପୁତ୍ରୀ ବନ୍ଦନା ପ୍ରିୟଦର୍ଶିନୀ ବିଶ୍ୱାଳ l ନିଜର ଇଛା ଶକ୍ତି ଓ ଦୃଢ ମନୋ ବଳ ରେ ଜାତୀୟ ସ୍ତର ରେ ଜାଭଲିନ, ପୁଲ ବୋଲ ରେ ନିଜ ପାଇଁ ଓ ନିଜ ଅଂଚଳ ପାଇଁ ଜାତୀୟ ସ୍ତର ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି l ଗତ ୭ ତାରିଖ ଦିନ ଦିଲ୍ଲୀ ସ୍ଥିତ ବିନୋଦ ନଗର ସ୍ପୋର୍ଟ୍ସ ଷ୍ଟାଡିଅମ ପରିସରରେ ଆୟୋଜିତ ଜାତୀୟ ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ lସେ ଜଣେ କର୍ତ୍ତବ୍ୟ ନିଷ୍ଠା ବାଳିକା ହୋଇ କ୍ରୀଡା ପାଇଁ ନିଜକୁ ଉତ୍ସର୍ଗ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l ତାଙ୍କର ଏପରି କ୍ରୀଡାରେ ଆଶ୍ଚର୍ଯ୍ୟ ଜନକ ସଫଳତା ପାଇଁ ନିଜ ଅଂଚଳ ରେ ବେଶ ଭଲପାଇବା ସାଉଁଟି ପାରିଛନ୍ତି ଓ ଗୁରୁଜନ ଙ୍କର ପ୍ରିୟ ପାତ୍ର ହୋଇ ପାରିଛନ୍ତି l ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛୋଟ ବେଳୁ ତାଙ୍କ ର କ୍ରୀଡା ପ୍ରତି ଦୁର୍ବଳତା ରହି ଆସିଥିଲା l ସ୍କୁଲ କ୍ୟାରିୟର ରୁ ଖେଳ ଆରମ୍ଭ କରି ବ୍ଲକ, ଜିଲ୍ଲା,ରାଜ୍ୟ ଓ ଏବେ ଜାତୀୟ ସ୍ତରୀୟ କ୍ରୀଡା ରେ ବେଶ ସଫଳତା ପାଇ ପାରିଛନ୍ତି l ଗତ ୨୪୨୪ ମସିହା ରେ ଜବାହର ଲାଲ ନେହେରୁ ନିଉ ଦିଲ୍ଲୀ ଷ୍ଟାଡିଅମ ରେ ବ୍ରୋଞ୍ଚ ପଦକ ହାସଲ କରିପାରିଥିଲେ ଓ ୨୦୨୫ ରେ ମଧ୍ୟ ନିଉ ଦିଲ୍ଲୀ ଇଷ୍ଟ ବିନୋଦ ନଗର ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତର ର ହେପ୍ଟା କ୍ରୀଡାର ୭ ଟି ଯାକ କ୍ରୀଡା ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଚ ପଦକ ହାସଲ କରିଥିଲେ lବନ୍ଦନା ଙ୍କର ଏପରି କ୍ରୀଡା ରେ ସଫଳତା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ,ପରିବାର ତଥା ଅଂଚଳ ବାସି ପ୍ରଶଂସା କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

Sunil Chandra Nayak

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସର୍ଗିଗୁଡା ଚାମ୍ପିୟାନ

masiha

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!