ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ

ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

ନବରଙ୍ଗପୁର:( ତା ୯.୮.୨୦୨୫)(ରବି ନାରାୟଣ ମହାନ୍ତି)ଆଜି କୋରାପୁଟ ଜିଲ୍ଲା ଜୟପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ପ୍ରତ୍ୟେକ ୫୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି।ଏହି ଅବସରରେ ଆଜି ସ୍ଥାନୀୟ ନବରଙ୍ଗପୁର ସହର ର ବାଇପାସ୍ ରୋଡ ର ସରୋଜିନୀ ହଲ ଠାରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ସଭାକୁ ସମସ୍ତେ ଦେଖିଥିଲେ।ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଯୋଗ ଦେଇଥିଲେ ଏବଂ ମଞ୍ଚାସୀନ ଅତିଥି ରୂପେ ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ,ନବରଙ୍ଗପୁର ବିଧାୟକ ପ୍ରତିନିଧି ମୃତ୍ୟୁଞ୍ଜୟ ମହାରଣା, ଡି ଆଇ ପି ଆର୍ ଓ ମନୋଜ ବେହେରା,ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ସୁଭଦ୍ରା ଭଉଣୀ ମାନେ ଜିଲ୍ଲାପାଳ ଓ ଅନ୍ୟ ଅତିଥି ମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ରାକ୍ଷୀ ବାନ୍ଧି ଶୁଭ ମନାସି ଥିଲେ।ଅତିଥି ଗଣ ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ ସହ ନିଜ ପରିବାର ରେ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ଏବଂ ସ୍ୱାଭିମାନ ସହିତ ବଞ୍ଚିବାର ପ୍ରେରଣା ଦେଉଛି ବୋଲି କହିଥିଲେ।ସୁଚନା ଅନୁଯାୟୀ ଜିଲ୍ଲାରେ ଏ ପର୍ୟ୍ୟନ୍ତ ୩,୧୮,୯୭୭ ଜଣ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ଏବଂ ଏଥି ମଧ୍ୟରୁ ୨,୯୯,୪୯୯ ଜଣଙ୍କ ଆବେଦନ ପତ୍ର ଅନୁମୋଦନ ଲାଭ କରିଛି। ୩,୦୬,୭୨୧ ଜଣଙ୍କର E KYC କାର୍ଯ୍ଯ ସମାପ୍ତ ହୋଇଛି।୨,୯୮,୭୦୧ ଜଣ ହିତାଧିକାରୀ ପୂର୍ବରୁ ୨ ଟି କିସ୍ତି ଅର୍ଥ ରାଶି ପ୍ରାପ୍ତ କରିଛନ୍ତି।ଏହି ଅବସରରେ ସୁଭଦ୍ରା ଅର୍ଥରେ ନିଜର ଛୋଟ ବ୍ୟବସାୟ କରି ଆର୍ଥିକ ଅଭିବୃଦ୍ଧି ରେ ନିଜର ସ୍ଥାନ ସୃଷ୍ଟି କରିଥିବା ୧୧ ଜଣ ହିତାଧିକାରଙ୍କୁ ସମ୍ମାନୀତ କରାଯାଇଥିଲା।ସୁଭଦ୍ରା ଯୋଜନା ଉପରେ ସ୍କୁଲ ଓ କଲେଜ ସ୍ତର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ,ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ସଭାରେ ପ୍ରାୟ ୫୦୦ ଜଣ ସୁଭଦ୍ରା ହିତାଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶୋଇରେ ମିଶନ ଶକ୍ତି ଋଣ ବ୍ୟବସ୍ଥା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ବନ୍ଧୁଗାଁରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

masiha

Leave a Comment

error: Content is protected !!