ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ଜୀବନ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ସାହିତ୍ୟ ଜୀବନ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ସମ୍ବଲପୁର : ପବିତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉପଲକ୍ଷେ ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।। ୯ ଶନିବାର ସଂଧ୍ୟା ୭ ଘଟିକାରେ ଭର୍ଚୁଆଲ କବିତା ଆସରଟିକୁ ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜକ ଭାବେ ପବିତ୍ର ବାଗ ମଞ୍ଚ ପରିଚାଳନା କରିଥିଲେ । ଉପ ସଭାପତି ଶ୍ରୀମତୀ ଶୋଭାଗିନି ନନ୍ଦ ଗଙ୍ଗାଧର ମେହେର ଙ୍କ ସୃଷ୍ଟି ସମ୍ଭାର ଉପରେ ସମ୍ୟକ ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଓ ଲେଖକ ଯଜ୍ଞେଶ୍ଵର ପଣ୍ଡା ଓ ଦୁର୍ଗାଶିଶ୍ ପଟ୍ଟନାୟକ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡ଼ିର କବି କବୟିତ୍ରୀ କବିତା ପାଠ କରିଥିଲେ ।। ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଏଥିରେ ସାମିଲ ହୋଇ ନିଜ ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ ।। ଶେଷରେ ଶୋଭାଗିନି ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ । 

( ମ ନି ସ )

Related posts

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ओटीटी प्लेटफॉर्म की सामग्री पर सख्त नियंत्रण की मांग अखिल भारतीय साहित्य परिषद द्वारा सांस्कृतिक गौरव की रक्षा के लिए आवाज बुलंद

Sunil Chandra Nayak

କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ  ମହିଳା ସମାବେଶ

masiha

Leave a Comment

error: Content is protected !!