ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ:ସମୀକ୍ଷା ବୈଠକରେ ଅଧ୍ୟକ୍ଷତା ଓ ହିର୍ଲୀ ଡଙ୍ଗର ପରିଦର୍ଶନ 

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ:ସମୀକ୍ଷା ବୈଠକରେ ଅଧ୍ୟକ୍ଷତା ଓ ହିର୍ଲୀ ଡଙ୍ଗର ପରିଦର୍ଶନ 

ନବରଙ୍ଗପୁର:( ତା ୧୦.୮.୨୦୨୫)(ଧୃତି ରଞ୍ଜନ ମହାନ୍ତି)ଆଜି ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ ଗୃହରେ ସକାଳ ୮.୩୦ ମି ସମୟରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ନିଜସ୍ଵ ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ସହ ରାସ୍ତା ଓ ଗୃହ ନିର୍ମାଣ,ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ଯୋଜନା ର ସମୀକ୍ଷା କରିଥିଲେ। ଗତ କାଲି ୯.୮.୨୦୨୫ ତାରିଖ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବକ ସହର ନିକଟସ୍ଥ ହୀର୍ଲିଡଙ୍ଗରୀ ପର୍ଯ୍ୟଟନ ସ୍ଥଳୀ କୁ ପରିଦର୍ଶନ ସହ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କୁ ଏବଂ ମନ୍ଦିର ପରିସରରେ ମାଆ ପେନଡ୍ରାଣି ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଆଜି ସମୀକ୍ଷା ବୈଠକରେ ଲୋକସଭା ସାଂସଦ ବଳଭଦ୍ର ମାଝୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଯୋଗ ଦେଇଥିଲେ।ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପୋଷଣ ଅଭିଯାନ ଉପରେ ଗୁରୁତ୍ବ ଦେଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ଏବଂ ସ୍ବାସ୍ଥ୍ୟ ବିଭାଗ ସମ୍ୟନୟ ରେ ଶିଘ୍ର ଗୋଟିଏ କୁପୋଷଣ ମୁକ୍ତ ବ୍ଲକ୍ ଗଠନ ପୂର୍ବକ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ। ମିଶନ ବାତ୍ସଲ୍ୟରେ ଶିଶୁ ମାନଙ୍କୁ ସହାୟତା ପ୍ରଦାନ ଯଥା ସମୟରେ ପ୍ରଦାନ ପାଇଁ ଡି ସି ପି ଓ ଏବଂ ସି ଡବ୍ଲୁ ସି କୁ କହିଥିଲେ।ଜିଲ୍ଲାରେ ସୁଭଦ୍ରା ଯୋଜନା ରେ ହିତାଧିକାରୀ ଅନ୍ତର୍ଭୂକ୍ତ ସଫଳତା ହାର ୧୦୦ ପ୍ରତିଶତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଙ୍ଗନବାଡି କେନ୍ଦ୍ର ରେ ଶୌଚାଳୟ,ପାନୀୟ ଜଳ, ବିଦ୍ୟୁତ୍ ସୁବ୍ୟବସ୍ଥା, ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ର ର ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ, ଅସମ୍ପୂର୍ଣ୍ଣ କେନ୍ଦ୍ର ର ବର୍ଷ ୟାରି ତାଲିକା ଓ ନୂଆ ଅଙ୍ଗନବାଡି କେନ୍ଦ୍ର ପ୍ରସ୍ତାବ ତାଲିକା ଦେବା ପାଇଁ ଡି ଏସ ଡବ୍ଲ୍ୟୁ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସେଭଳି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ବହୁଳ ପ୍ରଚାର ପ୍ରସାର କରିବା ସହ ପ୍ରତିରୋଧକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଶିଶୁ ମୃତ୍ୟୁ ହାର କମାଇବା,ମା ଗୃହରେ ପ୍ରସବ ପାଇଁ ଅନୁପ୍ରାଣିତ,ଜିଲ୍ଲାରେ ୧୦୦ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ଉପରେ ଗୁରୁତ୍ୱ ଦେଇ ସି ଡି ଏମ ଓ ଏବଂ ଡି ଏସ ଡବ୍ଲୁ ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମାନ୍ୟବର ସାଂସଦ ଜିଲ୍ଲାରେ ଜିନ କ୍ରମ ଉପରେ ବିଶେଷ ଭାବରେ ଗବେଷଣା ପାଇଁ ଜୀବ ବିଜ୍ଞାନ ପ୍ରତିଷ୍ଠାନ ସହ ଯୋଗାଯୋଗ କରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ରେ ଏକ ଗବେଷଣା କେନ୍ଦ୍ର ଖୋଲିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ସି ଡି ଏମ ଓ ଙ୍କୁ କହିଥିଲେ।ସେଭଳି ସହରରେ ମିଶନ ଶକ୍ତି ଭବନ ଓ ମିଶନ ଶକ୍ତି ବଜାର ର ନିର୍ମାଣ କାର୍ଯ୍ୟ ଉପରେ ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଙ୍କୁ ପଚାରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଏହାର ଉତ୍ତରରେ ଏହି ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ।ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନୀ ସ୍ତଳର ବିକାଶ, ନିଆଯାଇଥିବା ପଦକ୍ଷେପ ଓ ନୂତନ ପ୍ରସ୍ତାବିତ ପର୍ଯ୍ୟଟନ ପ୍ରୋଜେକ୍ଟ ଉପରେ ବିଶେଷ ଭାବରେ ଡି ଟି ଓଙ୍କୁ ପଚାରିଥିଲେ।ଜିଲ୍ଲାରେ ଖରିଫ୍ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ, ମଣ୍ଡି ର ସୁବ୍ୟବସ୍ଥା, ଧାନ ସଂଗ୍ରହଣ ଉପରେ ସି ଏସ ଓ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।ସମୀକ୍ଷା ବୈଠକରେ ଡି ପି ଏମ, ଓ ଏଲ ଏମ, ଡି ପି ସି, ମିଶନ ଶକ୍ତି,୧୦ ଟି ବ୍ଲକ ର ସି ଡି ପି ଓ, ୱାନ ଷ୍ଟପ ସେଣ୍ଟର ର ଆଇନ ପରାମର୍ଶଦାତା, ସି ଡବ୍ଲୁ ସି ଅଧ୍ୟକ୍ଷ, ଡି ପି ସି, ମମତା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାଓବାଦୀ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର ରାଶି: କଳାହାଣ୍ଡି ଏସ୍ ପି ପୁଲିସ ପକ୍ଷରୁ ପୋଷ୍ଟର ରେ ସୁଚନା ଦିଆ ଯାଇଛି 

Sunil Chandra Nayak

ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ଅତଡ଼ା ମାଟି ଚାପା ରେ ଯୁବକ ର ମୃତ୍ୟୁ 

masiha

Leave a Comment

error: Content is protected !!