ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ

ଜୁନାଗଡ଼ ରେ ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ

ଜୁନାଗଡ଼ ୧୦/୮ ( ମନୀ ସ ) ଜୁନାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ଆମ ଓଡ଼ିଶା ପକ୍ଷରୁ ସ୍ଥାନୀୟ ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଏହି ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଟିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ଜୁନାଗଡ଼ ସିଟିଜନ ଫୋରମର ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଶା ନିବାରଣ ସମନ୍ଦିୟ ମତ ରଖିଥିଲେ ।ଏଥିରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବିଶ୍ୱନାଥ କର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୁବେର ସମାଜର ସଭାପତି ଉଦ୍ଧବ ଚରଣ ସାହୁ ,ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ ,ଓକିଲ ନବ କିଶୋର ବେହେରା , ଶିକ୍ଷକ ମଳୟ ମୁଣ୍ଡ ,ନିରଞ୍ଜନ ସାହାଣୀ ,ମନୋଜ ମେହେର ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ କ୍ଷମା ଶିଳା ଛତ୍ରିଆ ,ଲିନା ରାଣୀ ସାହୁ ଏବଂ ବିଦ୍ୟାଳୟର ଛାତ୍ରୀ ଟିକେଶ୍ୱରୀ ଓ ସେହ୍ନ। ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।କାର୍ଯ୍ୟକ୍ରମକୁ ଭାଗିରଥି ସାଗର ପରିଚାଳନା କରିଥିବାବେଳେ ସି ଆର ପି ନେପୁର ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ,ଗୁରୁମା ତଥା ମିଶନ ଶକ୍ତିର ମହିଳା ବିନୋଦିନି ପଟେଲ ,ସୁନିତା ବିହାର ,ସସ୍ମିତା ନ।ଏକ ପ୍ରମୁଖ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ :ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ 

masiha

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

masiha

ବିଂଝାରପୁର ରେ ରକ୍ଷା ବନ୍ଧନ ଉତ୍ସଵ ପାଳିତ

Sunil Chandra Nayak

Leave a Comment

error: Content is protected !!