ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ 

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ 

 ମୟୂରଭଂଜ – ୧୦/୦୮ —  ମୟୂରଭଂଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଜନ୍ମ ଓ ମୃତ୍ଯୁ ପ୍ରମାଣ ପତ୍ର ପାଇଁ ଦିର୍ଘମାସ ଧରି ଅପେକ୍ଷା କରିବାକୁ ପଡୁଛି । ବିଭାଗୀୟ ଅଧିକାରୀଙ୍କ ମନମାନି ଚାଲିଛି । ଯେତେବେଳେ ପ୍ରମାଣପତ୍ର ମାଗିବାକୁ ଗଲେ ସବୁ ଦିନ କାଲିଆସ କହୁଛନ୍ତି। ଜନ୍ମ ମୂତ୍ୟୁ ପଞ୍ଜିକରଣ ଅଧିକାରୀ କୌଣସି ଲୋକଙ୍କୁ ଖାତିର କରୁ ନାହାନ୍ତି। ମନ ଇଚ୍ଛା ଅଫିସ ବନ୍ଦ କରୁଛନ୍ତି। ଯାହା ଫଳ ରେ ଦୂର ଦୁରାନ୍ତର ଲୋକ ବହୁତ ନାନା ହଇରାଣ ହରକତହେଉଛନ୍ତି l ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ଠିକ ସମୟରେ ପାଇ ପାରୁ ନାହାନ୍ତି ।ବିଭିନ୍ନ‌ ସରକାରୀ ଯୋଜନା,ଏଲଆଇସି ,ବ୍ଯାଙ୍କରେ ଆଧାର କାର୍ଡ ସହ ଠିକ ସମୟରେ ଲିଙ୍କ ହୋଇ ପାରୁ ନାହାଁନ୍ତି ।ଆଦିବାସୀ ଅଧ୍ଯୁଷିଣତ ଭଦ୍ରକରେ ନିରିହ ଆଦିବାସୀମାନେ ନାନା ହଇରାଣ ହରକତ ହେଉଛନ୍ତି । ସେମାନଙ୍କ ଗୁହାରି ଶୁଣିବ କିଏ ? ଶିକ୍ଷାନୁଷ୍ଠାନ,ବ୍ୟାଙ୍କ,ଇନସୁରାନ୍ସ ଇତ୍ୟାଦି ରେ ଜନ୍ମ,ଓ ମୃତ୍ୟୁ ତାରିଖ ଆବଶ୍ଯକତି ରହିଛି। ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ଯେ ମୁଁ ଳି ହିତାଧିକାରୀ ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ସ୍ଵାସ୍ଥ୍ୟ ପ୍ରଶାସନ ଶିଘ୍ର ଦୃଷ୍ଟି ଦେବାପାଇଁ ଅଂଚଳଵାସୀ ଦାବି କରୁଛନ୍ତି ।ଆଗକୁ ଯଦି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ଵିଜାତଳା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ତରଫରୁ ହିତାଧିକାରୀଙ୍କୁ ହଇରାଣ ହରକତ କରାଯାଏ ତାହାହେଲେ ଵିଜାତଳା ବ୍ଳକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାମଦୋଳି ୟୁଥ୍ ଫର୍ ଆସୋସିଏସନ୍ ତରଫରୁ ଆନ୍ଦୋଳନ କରାଯିବ ବୋଲି ପ୍ରତିଷ୍ଠାତା ସଦସ୍ୟ ସୁରେନ୍ଦ୍ର ମୁଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ : ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ

masiha

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ନିଲମ୍ବିତ

masiha

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

Leave a Comment

error: Content is protected !!