ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

 ରାଉରକେଲା : ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନାଙ୍କ ୬୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ବର୍ଗତ ନୃସିଂହ ଜେନା ଏକାଧାରରେ ଜଣେ ରାଜନୈତିକ ନେତା ସହିତ ଜଣେ ସୁଲେଖକ, କବି, ତେଜସ୍ଵୀ ବକ୍ତା, ସମାଜସେବୀ ଥିଲେ । ସେ ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ । ସେ ଜଣେ ନିର୍ଭୀକ, ଟାଣୁଆ ଓ ସୁସଂଗଠକ ଥିଲେ । ଏଥି ସହିତ ସେ ରାଉରକେଲା ଓକିଲ ସଂଘର ପୂର୍ବତନ ସମ୍ପାଦକ , ପତି ସୁରକ୍ଷା ମଂଚର ସଭାପତି ଓ ସୁନ୍ଦରଗଡ ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସଭାପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପଦେଷ୍ଟା, ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ସାଧାରଣ ସମ୍ପାଦକ ଥିଲେ । ତାଙ୍କର ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ ହୋଇଥିଲା ଓ ସେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ତାଙ୍କର ଏକାଦଶ ଶ୍ରାଦ୍ଧ ଦିବସରେ ତାଙ୍କର ଶ୍ରଦ୍ଧାଞ୍ଜଳି ସଭା ଆଜି ରାଉରକେଲାର ଛେଣ୍ଡ୍ ସ୍ଥିତ ଗୁଣ୍ଡିଚା ମନ୍ଦିର, ଉମାଶଙ୍କର ପୀଠ ପରିସରରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ , ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜଗବନ୍ଧୁ ବେହେରା , ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ସରୋଜ ଦାସ , ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ଅକ୍ଷୟ, କୁମାର ଦାଶ, ଅଜୟ କଂସାରି, ଦିଲ୍ଲୀପ ଦାଶ, ଦିଲ୍ଲୀପ ପଟ୍ଟନାୟକ, କୈଳାଶ ରାଉତ, ପ୍ରବାଳ ରଞ୍ଜନ ବାରିକ, ଦୀପକ ତିୱାରୀ, ଆଖଣ୍ଡଳମଣୀ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା, ଅବୋଧ ରାୟ, ହିରୋଜ୍ ରାୟ, ବଟକୃଷ୍ଣ ପଣ୍ଡା, ଶେଖ୍ ମୁଜାହିଦ, ମନୋଜ ନାୟକ, ଅଭିରାମ ମହାକୁଡଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ବଡ଼ ଭାଇ ପୂର୍ଣ୍ଣଚନ୍ଦ୍ର ଜେନା, ତାଙ୍କ ଘନିଷ୍ଠ ବନ୍ଧୁ ନିହାର ରାୟ, ଭଗବାନ ରାଉତ, ଚତୃଭୂଜ୍ ମହାପାତ୍ର, ଗିରିଜା ଶଙ୍କର ମହାନ୍ତି ଆଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପବିତ୍ର ଅମର ଆତ୍ମାର ସଦଗତି ନିମନ୍ତେ ପରମେଶ୍ବରଙ୍କୁ ପ୍ରାର୍ଥନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,  ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

masiha

କବି ସିଙ୍ଗିଶିଟି ସଞ୍ଜୀବ ଆଉ ନାହାଁନ୍ତି

Sunil Chandra Nayak

ରିଷିଡ଼ାରେ ଚୈତ୍ର ମହୋତ୍ସବ ଓ ଝାମୁଯାତ୍ରା

masiha

Leave a Comment

error: Content is protected !!