ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତି ବୈଠକ 

ସ୍ଵାଧୀନତା ଦିବସ ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ପ୍ରସ୍ତୁତି ବୈଠକ 

ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ଼ ର ପାରିଷଦ ସଭାଗୃହରେ ସ୍ୱାଧୀନତା ଦିବସ ର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏନ୍ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷା ମନିଷା ମିଶ୍ର, ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ବିବେକ ରଞ୍ଜନ ମିଶ୍ର, ଆକାଉଣ୍ଟ ହିମାଂଶୁ ରଣା, ରବୀନ୍ଦ୍ର କୁମାର ପରିଡା, ଅଭିନନ୍ଦନ ପ୍ରଧାନ ଙ୍କ ସମେତ ସମସ୍ତ ପାରିଷଦ ବୃନ୍ଦ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରା ଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବୃକ୍ଷ ରୋପଣ, ଓ ସାମୁହିକ ସଫେଇ କାର୍ଯ୍ୟ କରାଯିବା ପାଇଁ ସ୍ଥିରୀକୃତ ହୋଇ ଥିଲା ।     

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ 

Sunil Chandra Nayak

ଜିଲ୍ଲାରେ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ

masiha

ଆର୍ମ ସଂଗଠନ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!