ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା 

ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା 

ଭବାନୀପାଟଣା: ତା 13.8.2025 କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ହର ଘର ତିରଂଗା କାର୍ଯ୍ୟକ୍ରମ ରେ ଆଜି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରୁ ଏକ ବିଶାଳ ତିରଂଗା ଶୋଭାଯାତ୍ରା ବାହାରି ଭବାନୀପାଟଣା ସହର ପରିକ୍ରମା କରିଥିଲା। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭି ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟା ମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ ନାୟକ, ବିଡିଓ ଚନ୍ଦନ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର, ସାଂସଦଙ୍କ ପ୍ରତିନିଧି ଜୟ ଶଙ୍କର ନାୟକ, କବି ଡଃ ଭାବନି ସଙ୍କର ନିଆଲ, ଶିଶୁ ସୁରକ୍ଷା ୟୁନିଟ୍ ପ୍ରୋଗ୍ରାମ ଅଧିକାରୀ ଅଂଶୁମାନ ବାବୁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ହାତରେ ତିରଂଗା ଧରି ଦେଶ ପ୍ରେମ ,ଦେଶ ଭକ୍ତି ର ନାରl ଦେଇ ଭାରତ ମାତା କି ଜୟ,ବନ୍ଦେ ମାତରମ୍, ଜୟ ଜବାନ, ଜୟ କିଷାନ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ, ସ୍ୱତଃପ୍ରବୃତ ଭାବେ ଜନସାଧାରଣ ଏଥିରେ ସାମିଲ ହୋଇ ତିରଂଗା ଯାତ୍ରା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏହି ଅବସରରେ ସ୍ଥାନୀୟ ବି ଏମ୍ ଉଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସଫଳ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା,।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ସମାନିତ ଅତିଥି ଇଣ୍ଡିଆନ୍ କ୍ରିଏଟିଭ୍ ଆର୍ଟିଷ୍ଟ ନେଟୱର୍କ ଟ୍ରଷ୍ଟ ର ଅଧ୍ୟକ୍ଷ ଡଃ ଅଜୟ କୁମାର ମିଶ୍ର,ଭି ସି, ତରୁଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। 

( ମ ନି ସ ) 

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି :ଧାର୍ଯ୍ୟ ସମୟ ବ୍ୟବଧାନ ରେ ବସୁନି ବୈଠକ  

Sunil Chandra Nayak

ଖଡ଼ିଆଲ ମହୋତ୍ସବ ପ୍ରସ୍ତୁତି ଶେଷ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

କେନ୍ଦୁବିଲ୍ୱରେ ଶ୍ରୀ ଜୟଦେବ ଜୟନ୍ତୀ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ

masiha

Leave a Comment

error: Content is protected !!