ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ଅର୍ପଣ ଦିବସ ପାଳିତ: PWS ଯୋଜନାରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ

ଜଳ ଅର୍ପଣ ଦିବସ ପାଳିତ: PWS ଯୋଜନାରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ

ନବରଙ୍ଗପୁର (ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତର ଗୋରାମ୍ବା ଗ୍ରାମରେ ଗୁରୁବାର ‘ଜଳ ଅର୍ପଣ ଦିବସ’ ପାଳିତ ହୋଇ ଯାଇଛି । ଗ୍ରାମାଞ୍ଚଳବାସୀଙ୍କୁ ସୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ପିଡବ୍ଲ୍ୟୁଏସ୍‌ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ପିଡବ୍ଲ୍ୟୁଏସ୍‌ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ପ୍ରକଳ୍ପ ମାଧ୍ୟମରେ ଘରେ ଘରେ ପାଇପ୍‌ ଯୋଗେ ନିରାପଦ ପାନୀୟ ଜଳ ପହଞ୍ଚାଇବା ସହ ଗ୍ରାମବାସୀଙ୍କ ଜୀବନମାନ ଓ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ଭତର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଏକମ୍ବା ପଞ୍ଚାୟତ ସରପଞ୍ଚ ଅନିତା ପୂଜାରୀ, ବିଧାୟକ ପ୍ରତିନିଧି ଗଣପତି ସାହୁ, ବିଜେପି ଜିଲ୍ଲା ଉପସଭାପତି ସୁମିତ୍ରା ମାଝୀ, କୃଷକ ମଞ୍ଚ ଜିଲ୍ଲା ସଭାପତି ଦଶରଥ କଲାର, ଆରଡବ୍ଲ୍ୟୁଏସ୍‌ଏସ୍‌ ପ୍ରତିନିଧି ଫିରୋଜ ଷଡ଼ଙ୍ଗୀ ଏବଂ ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଲିଙ୍ଗରାଜ ବାଘ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଜଳର ସୁରକ୍ଷିତ ବ୍ୟବହାର, ଜଳ ସଂରକ୍ଷଣ ଏବଂ ଜଳ ଅପଚୟ ରୋକିବା ନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ନୂତନ ଜଳ ଯୋଗାଣ ବ୍ୟବସ୍ଥା ଦ୍ୱାରା ଗ୍ରାମବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ 

Sunil Chandra Nayak

ତିରିଂ ଥାନା ! ସର୍ପାଘାତରେ ଶିଶୁ ମୃତ

masiha

ଉମରକୋଟ ଠାରେ ଆରଏସଏସ ର ଶତ ବାର୍ଷିକ ଉପଲକ୍ଷେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!