ସାମ୍ବାଦିକ ସଂଘର ବ୍ୟାନର ଚିରା ଘଟଣା, ଟାଉନ ଥାନାରେ ଏତଲା
ଜୁନାଗଡ଼,୧୧/୧୦(ମନୀସ) କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ କଳାହାଣ୍ଡି ତରଫରୁ ନୂଆଖାଇ ଅବସରରେ ଶୁଭେଚ୍ଛା ବାର୍ତା ପାଇଁ ଭବାନୀପାଟଣା ସହରର ପ୍ରଦେଶୀପଡା ପେଟ୍ରୋଲ ପମ୍ପ ସମ୍ବୁଖରେ ଲଗାଯାଇଥିବା ବ୍ୟାନର(ହୋର୍ଡିଙ୍ଗ) କୁକୌଣସି ଦୁର୍ବୁତ୍ତ ଚିରି ଦେଇଥିବାରୁ ଏହି ଘଟଣାର ପ୍ରତିବାଦରେ ଉକ୍ତ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।ସଭାପତି ନିକୁଞ୍ଜ ଚାଲାନଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଯାଇ ଟାଉନ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ।ଏଥିରେ କୌଣସି ଦୁର୍ବୁତ୍ତ ଆକ୍ରୋଶ ମୂଳକ ଭାବେ ଏହି ବ୍ୟାନର ଚିରି ଦେଇଥିବା ଅଭିଯୋଗ କରିବା ସହ ଏହାର ଉଚିତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସଂଘର ବରିଷ୍ଠ କର୍ମକର୍ତା ନରେନ୍ଦ୍ର କ୍ଷିତି, ମହାଦେବ ଖଣ୍ଡୁଆଲ, ହରିହର ଛତ୍ରୀୟା,ପୃଥ୍ୱୀରାଜ ନିଆଲ, ଅମରେଶ ପାଢ଼ୀ, ରଜନୀକାନ୍ତ ଛତ୍ରୀୟା, କ୍ଷୀର ଗହୀର,ସମେତେ ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

