ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

ମୟୂରଭଂଜ – ୧୪/୦୮ — ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଣଜିତ ସବରଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ତିରିଂ ଥାନା ଅନ୍ତର୍ଗତ ବାଡେପୋଟକା, ବାଗେଡ଼ିହି, ନନ୍ଦାବସା, ହେସେଲଡ଼ିହି, ପଡାଚାକିଡ଼ି, ପାଣ୍ଡୁପାଣି, କୁଲୁଘୁଟୁ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୪୬୬ ଲିଟର ଦେଶୀ ରନ୍ଧା ମଦ, ୧୦.୫୦୦ ଲିଟର ନିଃଶୁଳ୍କ ବିଦେଶୀ ମଦ ଏବଂ ୯୩୦୦ ଲିଟର ମହୁଲ ପୋଚ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ତିରିଂ ଥାନା ଅନ୍ତର୍ଗତ ହେସେଲଡ଼ିହି ଗ୍ରାମର ଲଖ୍ମଣ ମୁର୍ମୁ, ପୋଡ଼ା ଚାକିଡ଼ି ଗ୍ରାମର ଶ୍ୟାମ ସୁନ୍ଦର ଟୁଡୁ, କୁଲୁଘୁଟୁ ଗ୍ରାମର ଦାମୁ ଆଲଦା, ପାଣ୍ଡୁପାଣି ଗ୍ରାମର ବୁଧୁ ହାଁସଦା ଓ ଗୋବିନ୍ଦ ମୁର୍ମୁ । ଜବତ ଦେଶୀ ରନ୍ଧା ମଦ, ବିଦେଶୀ ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୦୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ସହ ଉପ-ନିରୀକ୍ଷକ ସୁଧାଂଶୁ କୁମାର ବେହେରା, କନେଷ୍ଟବଳ ବୁଦ୍ଧଦେବ ମହନ୍ତ, ଦିଲ୍ଲୀପ କୁମାର ଜେନା, ସଞ୍ଜୀବ ମହାପାତ୍ର, ଅରୁଣ କୁମାର ମୁଦୁଲି, ସୁରେନ୍ଦ୍ର ସୋରେନ, ପ୍ରଭୃତି ସାମିଲ ଥିଲେ । ଏନେଇ ବହଳଦା ଅବକାରୀ ଥାନା ପକ୍ଷରୁ ଥାନା ପକ୍ଷରୁ ୦୯ ଗୋଟି ମାମଲା ରୁଜ୍ଜୁ କରାଯାଇଛି l

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

ବିଭାଗୀୟ ଅଧିକାରୀଙ୍କ ମିଳିତ ଚଢ଼ାଉ, ୩ କ୍ରସର ସିଲ୍

masiha

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

Sunil Chandra Nayak

Leave a Comment

error: Content is protected !!