ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ର ଚଢ଼ାଉ,୪ ଗିରଫ

ଅବକାରୀ ବିଭାଗ ର ଚଢ଼ାଉ,୪ ଗିରଫ

ଜୁନାଗଡ଼ ୧୪/୮(ମନିସ) କଳାହାଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ନିର୍ମିତ ଦେଶୀ ମଦ ଜବତ କରିବାସହ ୪ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ଓ ପୁଲିସ ଏପିଆର ଫୋର୍ସ ପକ୍ଷରୁ ମିଳିତଭାବେ ମାଜିଷ୍ଟ୍ରେଟ ଙ୍କ ସହିତ ଜୁନାଗଡ଼ ଥାନାର ରଣପୁର ଓ ଏକନାଗୁଡା ଗ୍ରାମରେ ବେଆଇନ ମଦ ରନ୍ଧା ଯାଉଥିବା ଅଭିଯୋଗରେ ଚଢାଉ କରାଯାଇଥିଲା । ଚଢ଼ାଉ ବେଳେ ସେଠାରୁ ୧୦୯୦ ଲିଟର ହାତରନ୍ଧା ଦେଶୀମଦ,୩୫୦୦ କେଜି ମହୁଲ ପୋଚ,୪ ଟି ଆଲୁମିନିୟମ ହାଣ୍ଡି ସହିତ ୪୫ ଟି ପ୍ଲାଷ୍ଟିକ ଡ୍ରମ ଜବତ କରାଯାଇଥିଲା । ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ୪ ଜଣଙ୍କୁ ଗିରଫ କାରାଯାଇଥିବା ବେଳେ ୩ ଟି ମାମଲା ରୁଜୁ ହୋଇଛି । ଗ୍ରାମାଞ୍ଚଳରେ ବ୍ୟାପକ ମାତ୍ରାରେ ବେଆଇନ ଭାବରେ ମଦ ନିର୍ମାଣ ହେଉଥିବା ବେଳେ ଆଜିର ଚଢ଼ାଉ ଏମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ । ତେବେ କେବଳ ଗୋଟିଏ ଚଢ଼ାଉ ରେ ବିଭାଗ ଖୁସି ନହୋଇ ବାରମ୍ବାର ଏଭଳି ଚଢ଼ାଉ କରିବାକୁ ଦାବି ହେଉଛି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବ୍ରାଉନ ସୁଗାର ସହିତ ଦୁଇ ଗିରଫ

Sunil Chandra Nayak

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

masiha

ଗଂଜେଇ ଓ କପ ସିରଫ ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!