ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୂରଣ ପାଇଁ ବିଭାଗୀୟ ମନ୍ତୀଙ୍କୁ ଦାବି ପତ୍ର

ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୂରଣ ପାଇଁ ବିଭାଗୀୟ ମନ୍ତୀଙ୍କୁ ଦାବି ପତ୍ର

     ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦-୩୫୦୦ ଟଙ୍କା କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲେ। ତେଣୁ ରାଜ୍ଯର ପାଖାପାଖି ୬୦ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଓ ଅବହେଳିତ ଭତ୍ତାଧିକାରୀମାନେ ଟିକିଏ ଭଲରେ ବଞ୍ଚିବା ଆଶାରେ ଆପଣଙ୍କ ଦଳକୁ ଭୋଟ ଦେଇ ମୋହନ ସରକାର ଗଠନ ହେଲା ।ସମସ୍ତ ଭତ୍ତାଧିକାରୀମାନେ ସରକାରଙ୍କ ଉପରେ ଆଶା ପ୍ରକଟ କରି ଚାତକ ଭଳି ଚାହିଁ ବସିଥିଲେ କିନ୍ତୁ ସରକାର ହେବାର ୬ମାସ ପରେ କେବଳ ୮୦ବର୍ଷ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀ ଏବଂ ୮୦% ରୁ ଉର୍ଦ୍ଧ୍ବ ବିକଳାଙ୍ଗ ପାଇଁ ଭତ୍ତା ୩୫୦୦ଟଙ୍କା ଘୋଷଣା କଲେ ଯାହା ରାଜ୍ୟର କେବଳ ୪ଲକ୍ଷ ୧୭ହଜାର ହିତାଧିକାରୀ ଗତ ଜାନୁଆରୀ ୧୫ତାରିଖରୁ ଲାଭବାନ ହେଲେ । କିନ୍ତୁ ରାଜ୍ୟରେ ବାକି ପାଉଥିବା ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି, ବିଧବା, ଅବିବାହିତା ଓ ୪୦% ଉର୍ଦ୍ଧ୍ବ ବିକଳାଙ୍ଗ ପାଖାପାଖି ୫୬ଲକ୍ଷ ଭତ୍ତାଧିକାରୀମାନେ ୧୪ମାସ ହେଲା ଭତ୍ତା ୩୦୦୦ଟଙ୍କା ଘୋଷଣାକୁ ଚାହିଁ ବସିଛନ୍ତି। ତେଣୁ ଆଜି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଂଗଠକ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଭବାନିପାଟଣା ସ୍ଥିତ ସାର୍କିଟ୍ ହାଉସ୍ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କୁ ଭେଟି ୪ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା କେବେ ଘୋଷଣା କରିବେ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରଶ୍ନ କରିବାରୁ ମନ୍ତ୍ରୀ ମହୋଦୟ ସନ୍ତୋଷଜନକ ଉତ୍ତର ନ ରଖି ଆଗାମୀ ଦିନରେ ରାଜ୍ୟର ରାଜସ୍ବକୁ ଦେଖି ବିଚାର କରାଯିବ ବୋଲି କହିଥିଲେ। ଯଦି ସରକାର ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପୁର୍ବରୁ ଘୋଷଣା ନ କରନ୍ତି ତା ହେଲେ ସଂଗଠନ ହିତାଧିକାରୀଙ୍କୁ ଧରି ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ସଂଗଠନର ନାରୀନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ, ଏଡଭୋକେଟ କ୍ଷୀରୋଦ ନାଗ, ସସ୍ମିତା ସିଂ, ରାଜେନ୍ଦ୍ର ମହାରଣା, ଟଙ୍କଧର ସାହୁ, ମଧୁଲାଲ ନାଏକ, ସୌମ୍ୟରଞ୍ଜନ କର, କୁନୁ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ l

 ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟ

Related posts

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

Sunil Chandra Nayak

OTN TV ଦ୍ଵାରା  ସମ୍ମାନିତ ହେଲେ ଯୁବ ସାମ୍ୱାଦିକ ହିମାଂଶୁ ଭୋଇ 

masiha

ବ୍ୟାଙ୍କ୍ ସମ୍ମୁଖରୁ ଡକାୟତି ରୋକିବାକୁ ଶାଖା ପରିଚାଳକ ମାନଙ୍କୁ ନେଇ ପୋଲିସ ର ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!