ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ଧୁମ ଧାମ ରେ ପାଳିତ 

ଭବାନୀପାଟଣାସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ଧୁମ ଧାମ ରେ ପାଳିତ 

ଜୁନାଗଡ଼,୧୫/୮(ମନୀସ) ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ୭୯ ତମ ସ୍ୱାଧୀନତା ଦିବସ ପାଲିତ ହୋଇ ଯାଇଛି । ମାନ୍ୟବର ପ୍ରିନ୍ସିପାଲ୍ ଶ୍ରୀ ଭୀମସେନ୍ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଶିକ୍ଷକ ଶିକ୍ଷୟିତ୍ରୀ ସୁମଧୁର ଭାଷଣ ଦ୍ବାରା ଛାତ୍ରଛାତ୍ରୀ ଙ୍କ ମନରେ ଜାତୀୟତାର ବହ୍ନି ଉଦ୍ରେକ କରିଥିଲେ । ଏହାପରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ।ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଏବଂ ଭାଷଣ ଉପସ୍ଥାପନା କରାଯାଇଥିଲା ଯେଉଁଥିରେ ସ୍ୱାଧୀନତା ଦିବସରେ ଭାଷଣ ଏବଂ ଦେଶପ୍ରେମୀ ନୃତ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା |

ଏହା ପରେ ସୁସ୍ବାଦ ସ୍ନାକକ୍ସ ଏବଂ ମିଠା ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦିନେଶ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହିପରି ଭାବରେ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ସଫଳତାର ସହ ପାଳନ କରାଯାଇଥିଲା | 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

୧- ଏମ.ଡ଼ି.ଆର ୨୦୨୬ ଵିଲକୁ ନେଇ ବନ୍ଧୁଗାଁ ଠାରେ ଗଣ ବିକ୍ଷୋଭ ସହ ରାଲି , ୨- ଏମ.ଏମ.ଡ଼ି.ଆର ୨୦୨୬ ଵିଲ କୁ ନେଇ ଆଦିବାସୀ ଏକତା ମଞ୍ଚ ଓ ହିନ୍ଦୁ ମହାସଭା ମିଳିତ ବୈଠକ 

Sunil Chandra Nayak

ତାଳୁକ ଆଇନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ 

masiha

Leave a Comment

error: Content is protected !!