ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା ଏ ଟି ଏମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା ଏ ଟି ଏମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ

ତେନ୍ତୁଳିଖୁଣ୍ଟି ୧୬/୦୮/୨୫ —  ନବରଙ୍ଗପୁର ଜିଲ୍ଲା ର କୃଷି କ୍ଷେତ୍ର ରେ ବିଶେଷଭାବେ ବିଚ୍ଛିନ୍ନାଞ୍ଚଳ ରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ତଥା ଅତୁଳନୀୟ ଓ ଉଲ୍ଲେଖନୀୟ ଅବଦାନ ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା ର ଏ ଟି ଏମ ବାଳ ଗୋବିନ୍ଦ ସାହୁ ଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନିତ କରିଛି। କାର୍ଯ୍ୟଦକ୍ଷତା ବିଶେଷଭାବେ କୃଷକ ପଞ୍ଜୀକରଣ ତେନ୍ତୁଳିଖୁଣ୍ଟି ବ୍ଲକ ରେ କୃଷି ବୈଷୟିକ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଗୁଡିକୁ ସଫଳତା ସହ ସମ୍ପାଦନ କରୁଥିବାରୁ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଛି । ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବ ମୁଖ୍ୟ ଅତିଥି ଜଙ୍ଗଲ ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ,ଶ୍ରମ ରାଷ୍ଟ୍ର ମନ୍ତ୍ରୀ (ସ୍ଵାଧୀନ)ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଙ୍କ ଦ୍ଵାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ବାଳ ଗୋବିନ୍ଦ। କୁଶଳ କାର୍ଯ୍ୟ ଦକ୍ଷତା ଯୋଗୁଁ ଅନ୍ୟ ମାନଙ୍କୁ ପ୍ରେରଣା ଦେବ। 

ବାଳ ଗୋବିନ୍ଦ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବାରୁ ବ୍ଲକ କୃଷି ଅଧିକାରୀ। ବରୁଣ ଧନଫୁଲ , କୃଷି ଓଭର ସିୟର ଧିରେନ୍ ବେନ୍ୟା ତଥା ବ୍ଲକ କୃଷି ବିଭାଗ ର ଅନ୍ୟ କର୍ମଚାରୀ ତଥା ସହଯୋଗୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ଉତ୍ସାହିତ ହୋଇ ସେ କୃଷକ ଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ଆହୁରି ତ୍ବରାନ୍ବିତ କରିବେ ବୋଲି ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଧରାକୋଟ ରେ ଚାଲିଛି ରଥ ନିର୍ମାଣ 

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ ରେ ସାଇବର ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!