ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଶ୍ୱନାଥପୁର ଫୁଟବଲ ପ୍ରତିଯୋଗିତା ଉଦଯାପିତ  ଡୁକୁମ ଦଳକୁ ୩-୨ରେ ହରାଇ ବିଶ୍ୱନାଥପୁର ଚମ୍ପିୟାନ

ବିଶ୍ୱନାଥପୁର ଫୁଟବଲ ପ୍ରତିଯୋଗିତା ଉଦଯାପିତ 

ଡୁକୁମ ଦଳକୁ ୩-୨ରେ ହରାଇ ବିଶ୍ୱନାଥପୁର ଚମ୍ପିୟାନ

ଲାଞ୍ଜିଗଡ଼, ୧୭/୦୮(ମନିସ)-ବିଶ୍ୱନାଥପୁର ଫୁଟବଲ ଏସୋସିଏସନ ତରଫରୁ ଆୟୋଜିତ ଫୁଟବଲ ପ୍ରତିଯୋଗିତା ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଆୟୋଜକ ବିଶ୍ୱନାଥପୁର ଓ ବିଷମକଟକ ଡୁକୁମ ଦଳ ମଧ୍ୟରେ ଆୟୋଜିତ ଫାଇନାଲ ମ୍ୟାଚରେ ଟାଇବ୍ରେକର ଜରିଆରେ ୩-୨ ଗୋଲରେ ବିଶ୍ୱନାଥପୁର ଦଳ ବିଜୟୀ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର, ଓଡ଼ିଶା ଏଣ୍ଟରପ୍ରାଇଜେସର ସ୍ୱତାଧିକାରୀ ଶ୍ରୀଧର ସାହୁ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ବିଜେଡି ନେତା ମନୋହର ହରପାଲ, ଜଗଦୀଶ ବେନିଆ, ଚନ୍ଦ୍ରଧ୍ଵଜ ପେସନିଆ, ତରୁଣ କୁମାର ଦାସ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ପ୍ରମୁଖ ଯୋଗଦେଇଥିଲେ। କିଶୋର ଘଡେଇ, ସୁନୀଲ ବେହେରା, ଟୁଲୁ ମାଝୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଲାବଣ୍ୟ ମାଝୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଭବାନୀପାଟଣା କୁ ହରାଇ ଜୁନାଗଡ଼ ବିଜୟୀ

masiha

Leave a Comment

error: Content is protected !!