ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ୬୮ତମ ପ୍ରତିଷ୍ଠା ଦିବସ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ପ୍ରଗତି ଉତ୍କଳ ସଂଘରେ ୬୮ତମ ପ୍ରତିଷ୍ଠା ଦିବସ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ରାଉରକେଲା:ସହରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘରେ ୬୮ତମ ପ୍ରତିଷ୍ଠା ଦିବସ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରତିଷ୍ଠା ଦିବସ ଡ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ଡ. ମଲ୍ଲିକଙ୍କ ସହ ଅନ୍ୟତମ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇଙ୍କ ସହଯୋଗରେ ସର୍ବ ସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ଏଥିରେ ସଭାପତି – ଶ୍ରୀ ପ୍ରତାପ କୁମାର ସ୍ବାଇଁ, ଉପସଭାପତି – ରଶ୍ମି ରଞ୍ଜନ ବୋଇତାଇ, ଡ. ପ୍ରଭାତ କୁମାର ମଲ୍ଲିକ ଏବଂ ଚିତ୍ତରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ – ରାଧାମୋହନ ନାୟକ, ସମ୍ପାଦକ – ଘନଶ୍ୟାମ ଧଳ, ଯୁଗ୍ମ ସମ୍ପାଦକ – ଲକ୍ଷ୍ମଣ ନାଥ ଦାସ, କୋଷାଧ୍ୟକ୍ଷ – ପ୍ରସନ୍ନ କୁମାର ମହାନ୍ତି, ସାଂସ୍କୃତିକ ସମ୍ପାଦକ – ଅଶୋକ କୁମାର ପଟ୍ଟନାୟକ, କ୍ରୀଡ଼ା ସମ୍ପାଦକ – ଅରବିନ୍ଦ ପାତ୍ର, ଗ୍ରନ୍ଥାଗାର ସମ୍ପାଦକ – ଇନ୍ଦ୍ରମଣି ମହାପାତ୍ର, ଗ୍ରନ୍ଥାଗାରୀକ- ବରୁଣ କୁମାର ନାହାକ ଏବଂ ପରୀକ୍ଷୀତ ଗୁରୁ ନିର୍ବାଚିତ ହୋଇଥିବା ବେଳେ, କାର୍ଯ୍ୟକାରୀ କମିଟିକୁ ଡ. ନଗେନ କୁମାର ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ସତ୍ୟନାରାୟଣ ଦାଶ, ସ୍ମିତା ମିଶ୍ର, ରଶ୍ମି ସାହୁ, ଧରଣୀଧର ସାମଲ, ଶାନ୍ତନୁ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ମହନ୍ତ, ଆଶିଷ କୁମାର ଦାସ, ପ୍ରମୋଦ କୁମାର ପତି, ଶୁଭ୍ରାଂଶୁ ଶେଖର ମହାପାତ୍ର ଓ ଆଲୋକ କୁମାର ବୋଷ ନିର୍ବାଚିତ ହୋଇଛନ୍ତି।

ଅନୁଷ୍ଠାନର ଉପଦେଷ୍ଟା ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତି, ଭାରତ ଭୂଷଣ ମହାନ୍ତି, ଶାନ୍ତନୁ କୁମାର ପରିଚ୍ଛା, ଶ୍ରୀଚରଣ ମହାନ୍ତି, ଶିବ ପ୍ରସାଦ ରାଓ, ଶୁଭେନ୍ଦ୍ର ଦାସ, ନିକୁଞ୍ଜ କିଶୋର ସ୍ବାଇଁ,ଅରୁଣ କୁମାର ରଥ,ବିଭୂତି ଭୂଷଣ ପଣ୍ଡା,ନିରୋଦ କୁମାର ସାମନ୍ତରାୟ ଏବଂ ଅଜୟ କୁମାର ନାୟକ ମନୋନୀତ ହୋଇଛନ୍ତି। ଏହି ସଭାରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ସହ ସହରର ବହୁ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଶେଷରେ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅର୍ପିତା ମଲ୍ଲିକଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ କାର୍ଯ୍ୟକ୍ରମ l           

କଚେରୀହତାରେ ବାଦୀପାଲା ସ୍ବର୍ଣ ଜୟନ୍ତୀ ସମାରୋହ

masiha

Leave a Comment

error: Content is protected !!