ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଧୀନ ପାଇଖିନା ରେ ଶ୍ୱାସ ରୁଦ୍ଧ, ଦୁଇ ଶ୍ରମିକ ମୃତ୍ୟୁ

ନିର୍ମାଣ ଧୀନ ପାଇଖିନା ରେ ଶ୍ୱାସ ରୁଦ୍ଧ, ଦୁଇ ଶ୍ରମିକ ମୃତ୍ୟୁ

ଖଡ଼ିଆଳ,୧୮.୦୮.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୱାର୍ଡ ନଂ ୧୦ ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଳସ ଖୋଲିବା ବେଳେ ଅଘଟଣା ଘଟି ଦୁଇ ଶ୍ରମିକ ମୃତ। ମୃତକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଛତା ଗ୍ରାମର ରଘୁନାଥ ହାତୀ (୨୭) ଓ କୁଟେନମୁଣ୍ଡା ଗ୍ରାମର ବାସୁଦେବ ଭୋଇ (୩୫) ବୋଲି ଜଣା ପଡ଼ିଛି। ଘଟଣାରୁ ପ୍ରକାଶ ଯେ ରବିବାର ପାଖପୁଖି ଦିବା ୨.୩୦ ଘଣ୍ଟା ସମୟରେ ପାଇଖାନା ଟାଙ୍କି ଭିତରର ଫଳସ ଖୋଲିବାକୁ ଟାଙ୍କି ଭିତରକୁ ପଶିଥିଲେ ଦୁଇ ଜଣ ଶ୍ରମିକ ଅଣନିଶ୍ବାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି । ଖବରପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶ୍ରମିକଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତର ଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଦୁଇ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଖଡ଼ିଆଳ ପୋଲିସ ମୃତ ଦୁଇ ଶ୍ରମିକଙ୍କ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶ ଯେ ସମ୍ପୃକ୍ତ ଠିକାଦାର ଶ୍ରମିକଙ୍କ ସୁରକ୍ଷା ପ୍ରତି କୌଣସି ଧ୍ୟାନ ଦେଇନଥିବାରୁ ଦୁଇ ଜଣ ନିରୀହ ଶ୍ରମିକଙ୍କ ଅକାଳରେ ଜୀବନ ଚାଲି ଯାଇଛି। ଜିଲ୍ଲା ପ୍ରଶାସନ ମୃତ ଦୁଇ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି କରିଛନ୍ତି।

ସୁଜିତ କୁମାର ପ୍ରଧାନ ଖଡ଼ିଆଳ

Related posts

ନବରଙ୍ଗପୁର ଠାରେ ନୂତନ ରାସନ୍ କାର୍ଡ ବଣ୍ଟନ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ 

masiha

ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ଉଡ଼ା ଯାତ୍ରାରେ ଦହି ସର୍ବତ ବଣ୍ଟନ 

Sunil Chandra Nayak

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ସାଧାରଣ ବୈଠକ

masiha

Leave a Comment

error: Content is protected !!