ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

ଢେଙ୍କାନାଳ (ମନିସ)19/8/25 — ପରଜଙ୍ଗ ଥାନା ଗଡ଼ପରଜଙ୍ଗ ଗାଁରେ ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଟି ଟିଉସନ ଶିକ୍ଷକଙ୍କୁ ଅଟକ ରଖାଯାଇଛି। ଗଡ଼ପରଜଙ୍ଗ ଗାଁର ରେଙ୍ଗାଳି କୋଲନୀରେ ରହୁଥ‌ିବା ରଙ୍ଗଥଳୀ ଗ୍ରାମର ସୂର୍ଯ୍ୟକାନ୍ତ ବେହେରା (୪୮) ପାଖ ଗ୍ରାମରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ଟିଉସନ ମଧ୍ୟ କରିଥାନ୍ତି । ସବୁଦିନ ପରି ନାବାଳିକା ଜଣକ ପଢିବା ପାଇଁ ବେହେରା ସାର୍‌ଙ୍କ ପାଖକୁ ରବିବାର ଅପରାହ୍ନରେ ଯାଇଥିଲେ। ନାବାଳିକାକୁ ଏକା ପାଇ ଘର କବାଟ ବନ୍ଦ କରି ଶିକ୍ଷକ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହିକଥା ପରିବାର ଲୋକଙ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ସାର୍ ନାବାଳିକା ଛାତ୍ରୀକୁ ଧମକ ମଧ୍ୟ ଦେଇଥିଲେ। ନାବାଳିକା ଜଣକ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଏ ସଂକ୍ରାନ୍ତରେ କହିଥିଲେ। ନାବାଳିକାର ବାପା ରବିବାର ସନ୍ଧ୍ୟାରେ ପରଜଙ୍ଗ ଥାନାରେ ଏ ନେଇ ଏତଲା ଦେଇଥିଲେ। ଏତଲାଭିଭିରେ ଟିଉସନ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରାଯାଇ ଥାନାରେ ଅଟକ ରଖାଯାଇ ଜେରା କରାଯାଇଛି । ନାବାଳିକାର ଡାକ୍ତରୀ ପରୀକ୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଇ ମାମଲାର ତଦନ୍ତକାରୀ ଅଧିକାରିଣୀ ନାବାଳିକାର ବୟାନ ରେକର୍ଡ ନିମନ୍ତେ ଜିଲା ଆରକ୍ଷୀ କାର୍ଯ୍ୟାଳୟକୁ ନେଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

Sunil Chandra Nayak

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

22 କାଠ ଗଣ୍ଡି ସହ ଭ୍ୟାନ ଜବତ ,ଡ୍ରାଇଭର ଗିରଫ 

Sunil Chandra Nayak

Leave a Comment

error: Content is protected !!