ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ମକାଚାଷ ପାଇଁ ଟ୍ରାକ୍ଟର ଲଙ୍ଗଲ କରିବା ସମୟରେ , ବନପାଲଙ୍କ ଦ୍ଵାରା ଟ୍ରାକ୍ଟର ଜବତ

କୋକସରା,୧୫/୭ //କଳାହାଣ୍ଡି ଜିଲ୍ଲା ଅମପାଣି ବିରିମୁହାଣ ଜଙ୍ଗଲରେ ଟ୍ରାକ୍ଟର ଲଙ୍ଗଲ କରୁଥିବା ସମୟରେ ବନବିଭାଗ, ଟ୍ରାକ୍ଟର ଜବତ କରିବା ସହ ୧୫ହଜାର ଟଙ୍କା ଲେଖାଏ ଦୁଇ ଜଣକୁ ଜରିମାନା କରିଥିବା ସୂଚନା ମିଳିଛି। ଦୁଇ ଜଣ ହେଇଛନ୍ତି ନବରଙ୍ଗରପୁର ଜିଲ୍ଲା ଝରିଗାଁ ଥାନା ସାହେବଗୁଡା ଗାଁର ଜୟଦେବ ଭତରା (୨୭) ଓ ଯୋଗେନ୍ଦ୍ର ପୁଝାରୀ (୨୩) ବୋଳି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ନବରଙ୍ଗପୁର ଜିଲ୍ଲାରୁ ଆସି ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ଅଞ୍ଚଳରେ ଜଙ୍ଗଲ କାଟିବା ସହ ବଙ୍ଗାଳୀ, ବିହାରୀ ମାନଙ୍କ ସାହାଯ୍ୟରେ ମକା ଚାଷ କରି ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏନେଇ ଆମପାଣି ବନପାଳ ମନୀଷା ପଟ୍ଟନାୟକ ଏକ ଟିମ ସହ ପହଞ୍ଚି ଶୁକ୍ରବାର ଦିନ ବେଆଇନ ଭାବରେ ଜଙ୍ଗଲ କାଟି ଟ୍ରାକ୍ଟରରେ ଲଙ୍ଗଳ ଚଲାଉଥିବା ସମୟରେ ଟ୍ରାକ୍ଟର ଜବତ କରିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

GST ତାରିଖ ଅବଦ୍ଧି ଶେଷ,ସିମେଣ୍ଟ ଗାଡିକୁ ଧରିଲା GST ବିଭାଗ ଅଧିକାରୀ

Sunil Chandra Nayak

ବରଗଛ ରୁ ଯୁବକର ମୃତ ଦେହ ଠାବ, ହତ୍ୟା ସନ୍ଦେହ ଘଟଣାସ୍ଥଳରେ ଉତ୍ତେଜନା….

masiha

ଫଟାଗୁଡା ଡକାୟତି ମାମଲା ରେ ଖାତିଗୁଡା ପୋଲିସ କବଜାରେ ପାଞ୍ଚ ଡକାୟତ , ଜଣକୁ ଖୋଜା ଚାଲିଛି

Sunil Chandra Nayak

Leave a Comment

error: Content is protected !!