ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପ୍ରେସକ୍ଲବର ବନ ମହୋତ୍ସବ ପାଳିତ 

କୋଇଡା ପ୍ରେସକ୍ଲବର ବନ ମହୋତ୍ସବ ପାଳିତ 

କୋଇଡା… ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ କୋଇଡା ପ୍ରେସ କ୍ଲବ ତରଫରୁ ବହୁ ସଂକ୍ଷକ ବୃକ୍ଷ୍ୟ ରୋପଣ କରାଯାଇଛି l କୋଇଡା ବ୍ଳକ ଅନ୍ତର୍ଗତ ଡେଙ୍ଗୁଳା ସେବାଶ୍ରାମ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧରଣୀଧର ସାହୁ, ବ୍ଳକ ଏଜୁକେସନ ଅଫିସର ଅଭିମନ୍ୟୁ ବେହେରା, କୋଇଡା କଲେଜ ଅଧ୍ୟାପକ ପ୍ରଦୀପ ପଟନାୟକ, ପ୍ରଶାନ୍ତ ପରିଡା, ବାପୁଳି ଗୋସ୍ୱାମୀ ପ୍ରମୁଖ ଯୋଗ ଦେଇଥିଲେ I ଖଣି ଅଞ୍ଚଳରେ ଖଣି ଖନନ ପାଇଁ ଏକର ଏକର ଜଙ୍ଘଲ କଟା ହୋଇ ନଷ୍ଟ ହେଉଥିବା ବେଳେ କୋଇଡା ପ୍ରେସ କ୍ଲବର ବନ ମହୋତ୍ସବ ମାଧ୍ୟମରେ ଗଛ ଲଗାଇବା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରୁ ପ୍ରଶଂସା ହୋଇଛି l ଆମ୍ବ, ପିଜୁଳି, ଲେମ୍ବୁ, ପାରି ବହୁ ଫଳ ଗଛ ସହ ବିଭିନ୍ନ ସୋ ଗଛ ରୋପଣ କରିଛନ୍ତି l 

 ମୁଖ୍ୟ ଅତିଥି ନିଜ ଅଭିଭାଷଣ ମାଧ୍ୟମରେ ଗଛ ଲଗାଇବାର ମହାନତା ଉପରେ ବାଖ୍ୟା କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ l ପୂର୍ବରୁ କୋଇଡାର ବିଭିନ୍ନ ସ୍କୁଲ, ପାର୍କ, ଆଇ ଟି ଆଇ ଓ ଅନ୍ୟାନ୍ୟ ଜାଗାରେ ଏକ ହଜାରରୁ ଅଧିକ ଗଛ ଲଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି l

ଆଗକୁ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଙ୍ଘର ସଭାପତି ସଂଗ୍ରାମ କେଶରୀ ନାୟକ ସୂଚନା ଦେଇଥିଲେ l କ୍ଳବର ଅନ୍ୟ କର୍ମ କର୍ତା ମାନଙ୍କ ମଧ୍ୟରୁ ସମ୍ବିତ ଜେନା, ସୁରେଶ ଦାଶ , ଦାମୁ ପାତ୍ର, ସଞ୍ଜୟ ବେହେରା, ଜିତେନ ବାରିକ, ବନମାଳୀ ବାରିକ, ବିଜୟ ଦାସ, କ୍ଳବର ସମ୍ପାଦକ ବିଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ I

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

masiha

ପଞ୍ଚଦଶ ଜାତୀୟ ଭୋଟର ଦିବସ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ 

masiha

ନୂଆପଡାରେ ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ କର୍ମଶାଳା ଅନୁଷ୍ଠିତ

Leave a Comment

error: Content is protected !!